
ନୂଆଦିଲ୍ଲୀ, 16 ଡିସେମ୍ବର (ହି.ସ.)- ଦେଶବାସୀଙ୍କୁ ବିଜୟ ଦିବସର ଶୁଭେଚ୍ଛା ଜଣାଇବା ସହ ବୀର
ଯବାନଙ୍କୁ ନମନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ରାଷ୍ଟ୍ରପତି କହିଛନ୍ତି ଯେ, ବିଜୟ ଦିବସ ଅବସରରେ ମୁଁ ଭାରତ ମାତାଙ୍କ ବୀର ସପୁତମାନଙ୍କୁ ସାଦର
ନମନ କରୁଛି। ତାଙ୍କର ସାହସ, ପରାକ୍ରମ ଓ
ମାତୃଭୂମି ପ୍ରତି ଅନନ୍ୟ ନିଷ୍ଠା ସଦା ରାଷ୍ଟ୍ରକୁ ଗର୍ବାନ୍ୱିତ କରିଆସିଛି। ତାଙ୍କର ବୀରତା ଓ
ରାଷ୍ଟ୍ରପ୍ରେମ ଦେଶବାସୀମାନଙ୍କୁ ଆଗାମୀ ଦିନରେ ମଧ୍ୟ ପ୍ରେରଣା ଦେଇଚାଲିବ।
ରାଷ୍ଟ୍ରପତି କହିଛନ୍ତି ଯେ, ଭାରତୀୟ ସେନାର ‘ସ୍ୱଦେଶୀକରଣ ଦ୍ୱାରା
ସଶକ୍ତିକରଣ’ ପଦକ୍ଷେପ ଭବିଷ୍ୟତର ଚ୍ୟାଲେଞ୍ଜଗୁଡ଼ିକ ପାଇଁ ପ୍ରସ୍ତୁତ ରହିବାର ଦୃଢ଼ ସଂକଳ୍ପକୁ
ପ୍ରତିବିମ୍ବିତ କରେ। ‘ଅପରେସନ୍ ସିନ୍ଦୁର’ରେ ସେନା ଆତ୍ମନିର୍ଭରତା, ସାମରିକ ଦୃଢତା ଏବଂ
ଆଧୁନିକ ଯୁଦ୍ଧ ଶୈଳୀର କାର୍ଯ୍ୟକର ବ୍ୟବହାରର ଉତ୍କୃଷ୍ଟ ପରିଚୟ ଦେଇଛି, ଯାହା ସମଗ୍ର
ରାଷ୍ଟ୍ର ପାଇଁ ପ୍ରେରଣାସ୍ରୋତ ଅଟେ। ମୁଁ ସମସ୍ତ ସେନା ଯବାନ ଏବଂ ତାଙ୍କର ପରିବାରବର୍ଗଙ୍କୁ
ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଜୟ ହିନ୍ଦ!
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା