

ମାଲକାନଗିରି, ୧୭ ଡିସେମ୍ବର (ହି.ସ.) - ଏମଭି ୭୯ ଠାରେ ଅବସ୍ଥିତ ସାବରୀ ବିଦ୍ୟା ଭବନ (ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟ)ରେ ୪୫ତମ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଦୁଇ ଦିନ ବ୍ୟାପୀ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ା ଇଭେଂଟରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଦ୍ଧିଜୀବୀ ଦୀପକ ଦତ, ସମ୍ମାନିତ ଅତିଥି ଭାବେ ମାଲଭାରମ୍ ମଣ୍ଡଳ ସଭାପତି ଜୟନ୍ତ ମଜୁମଦାର ଯୋଗ ଦେଇଥିଲେ। ମଂଚ ପରିଚାଳନାର ଦାୟିତ୍ୱ ବିଭୁତି ଭୂଷଣ ସେଠୀ ତଥା କ୍ରୀଡ଼ା ଶିକ୍ଷକ ଚିତରଞ୍ଜନ ହରିଚନ୍ଦନ ନିର୍ବାହ କରିଥିଲେ।
ଏହାସହିତ କବିତା ସରକାର, ପ୍ରଭାତ ମଣ୍ଡଳ, ଦୀପକ ମେହେର, ସର୍ମିଳା ଢ଼ାଲି, ହିମାଂଶୁ ମଣ୍ଡଳ, ମୋନାଲିସା ସାହୁ, ସତ୍ୟରଞ୍ଜନ ବାରିକ, ସମ୍ପଦ କୁମାର ଲେଙ୍କା, ସାଇ କୁମାର ଇମାଣ୍ଡି, ଅମିତା ପ୍ରଧାନ, ଭୀମସେନ କାବାସି, ଭବେନ ମଣ୍ଡ, ସୁନିଲ ଦାସ, ବୃନ୍ଦା ମିଷ୍ଟ୍ରୀ ଏବଂ ନୀତିଶ ରାୟ ପ୍ରମୁଖ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
କ୍ରୀଡ଼ା ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତେ ଛାତ୍ରଛାତ୍ରୀଙ୍କ ଶାରୀରିକ ବିକାଶ ଏବଂ କ୍ରୀଡ଼ା ମାଧ୍ୟମରେ ଅନୁଶାସନ ଓ ଟିମ୍ ସ୍ପିରିଟ୍ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ