
ବାରିପଦା, ୧୭ ଡିସେମ୍ବର (ହି.ସ.) - ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଜଣେ ପାଂଚ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ । ପିଡ଼ିତା ନାବାଳିକା ଶିଶୁ କନ୍ୟାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ କଲେଜରେ ଭର୍ତି କରାଯାଇଛି।
ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଏକ ଗାଁ ରେ (ଢେଙ୍କିନେଞ୍ଜିଆ)। ପିଡ଼ିତାଙ୍କ ପଡ଼ୋଶୀ ଘରର ଜଣେ ଯୁବକ ବିସ୍କୁଟ ଖାଇବାକୁ ଦେବ କହି ଘର ପଛପଟକୁ ଟେକି ନେଇ ଦୁଷ୍କର୍ମ କରିଛି । ନାବାଳିକାଙ୍କ କାନ୍ଦିବା ଶୁଣି ସମ୍ପର୍କୀୟ ମାନେ ଘଟଣା ସ୍ଥଳରୁ ତାକୁ ଉଦ୍ଧାର କରିଥିଲେ। ଶିଶୁ କନ୍ୟା ଅସୁସ୍ଥ ଥିବାରୁ ପିଆରଏମ ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତି କରା ଯାଇଛି। ଏ ନେଇ ପିଡ଼ିତାଙ୍କ ପରିବାର ପକ୍ଷରୁ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଥାନାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ବାରିପଦା ସଦର ଏସ୍ ଡି ପିଓ ଉକ୍ତ ଘଟଣାର ତଦନ୍ତ କରୁଥିବା ବିଷୟକୁ ନେଇ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ