ପୋଲ ତଳକୁ ଖସି ଜଣେ ମୃତ
ଜୟପୁର, 17 ଡିସେମ୍ବର (ହି.ସ.)- ଜୟପୁର ସଦରଥାନା ଅନ୍ତର୍ଗତ ଅନ୍ତା ଗ୍ରାମର ବାୟାଗୁଡା ନିକଟରେ ଏକ ପୋଲ ତଳକୁ ଗୋଡ ଖସି ଯୁବକର ମୃତ୍ୟୁ ହୋଇଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ମୃତ ବ୍ୟକ୍ତି ହେଲେ ଅନ୍ତା ଗ୍ରାମର ଲଛିମ ବାଘ(୪୮)। ପୁଲିସ ସୂଚନା ଅନୁଯାୟୀ ଗତ ରବିବାର ଦିନ ବାୟାଗୁଡା ଓ
ପୋଲ ତଳକୁ ଖସି ଜଣେ ମୃତ


ଜୟପୁର, 17 ଡିସେମ୍ବର (ହି.ସ.)- ଜୟପୁର ସଦରଥାନା ଅନ୍ତର୍ଗତ ଅନ୍ତା ଗ୍ରାମର ବାୟାଗୁଡା ନିକଟରେ ଏକ ପୋଲ ତଳକୁ ଗୋଡ ଖସି ଯୁବକର ମୃତ୍ୟୁ ହୋଇଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ମୃତ ବ୍ୟକ୍ତି ହେଲେ ଅନ୍ତା ଗ୍ରାମର ଲଛିମ ବାଘ(୪୮)। ପୁଲିସ ସୂଚନା ଅନୁଯାୟୀ ଗତ ରବିବାର ଦିନ ବାୟାଗୁଡା ଓ ଅନ୍ତା ମଧ୍ୟରେ ଥିବା ପୋଲ ନିକଟରେ ଲଛିମଙ୍କ ଗୋଡ ଖସି ପଡିଯାଇଥିଲେ। ପରେ ତାଙ୍କୁ ଜୟପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ତା ଗୁରୁତର ଥିବାଯୋଗୁଁ ତାଙ୍କୁ କୋରାପୁଟ୍‌ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲିଖିତ ଭାବେ ସଦରଥାନାରେ ଦେବା ପରେ ସଦରପୁଲିସ ଏକ ମାମଲା ରୁଜୁ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande