
କେନ୍ଦୁଝର, 17 ଡିସେମ୍ବର (ହି.ସ.)
ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨ ଦିନିୟ ବାର୍ଷିକ କ୍ରୀଡା ଆଜି ବିଦ୍ୟାଳୟ ଖେଳ ପଡିଆରେ ଉଦଘାଟିତ ହୋଇଛି। ଅଧ୍ୟକ୍ଷ ଭ୍ରମରବର ମଲ୍ଲିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଓ ସମ୍ମାନୀତ ଅତିଥି ଭାବେ ପିପିଳିଆ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିରାକାର ସ୍ବାଇଁ ଯୋଗ ଦେଇ କ୍ରୀଡାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ ଓ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥଲେ। ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର ଦୌଡ, ଲମ୍ବ ଡ଼ିଆଁ , ଉଚ୍ଚ ଡିଆଁ, ସଟ ପୁଟ, ଦିସକସ ଥ୍ରୋ ଭଳି ମୋଟ ୧୨ ଟି ବିଭାଗରେ ୨୦୦ଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। କ୍ରୀଡ଼ା ଶିକ୍ଷକ ମୋହନ ମହାନ୍ତ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କ୍ରୀଡ଼ା ସମାରୋହ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ସୌମ୍ୟା ସିଂହ ସଂଯୋଜନା କରିଥିବା ବେଳେ ଲକ୍ଷ୍ମୀଧର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA