ଅଙ୍ଗନବାଡ଼ି କର୍ମୀଙ୍କ ଅସନ୍ତୋଷ ଆନ୍ଦୋଳନ ରୂପ ନେବ
ଗଂଜାମ, 17 ଡିସେମ୍ବର (ହି.ସ.) ଗତ ୨୪ବର୍ଷ ଧରି ନବୀନ ସରକାର ଅଙ୍ଗନବାଡି କର୍ମୀ ମାନଙ୍କ‌ ଦରମା ଵୃଦ୍ଧି ପେନସନ ଓ‌ ଚାକିରିର ସ୍ଥାୟୀତ୍ୱ କରିଵା ପ୍ରତିଶ୍ରୁତି ଦେଇ ପ୍ରତାରିତ କରିବା ପରେ ବିଜେପି ମୋହନ ସରକାର ‌ଵିଧାୟକମାନଙ୍କର ତିନିଗୁଣ ଦରମା ବୃଦ୍ଧି କରିଛନ୍ତି। ତଥାପି ଏହା ସେମାନଙ୍କ ପାଇଁ ନିଅଣ
ଅଙ୍ଗନବାଡ଼ି କର୍ମୀଙ୍କ ଅସନ୍ତୋଷ ଆନ୍ଦୋଳନ ରୂପ ନେବ


ଗଂଜାମ, 17 ଡିସେମ୍ବର (ହି.ସ.)

ଗତ ୨୪ବର୍ଷ ଧରି ନବୀନ ସରକାର ଅଙ୍ଗନବାଡି କର୍ମୀ ମାନଙ୍କ‌ ଦରମା ଵୃଦ୍ଧି ପେନସନ ଓ‌ ଚାକିରିର ସ୍ଥାୟୀତ୍ୱ କରିଵା ପ୍ରତିଶ୍ରୁତି ଦେଇ ପ୍ରତାରିତ କରିବା ପରେ ବିଜେପି ମୋହନ ସରକାର ‌ଵିଧାୟକମାନଙ୍କର ତିନିଗୁଣ ଦରମା ବୃଦ୍ଧି କରିଛନ୍ତି। ତଥାପି ଏହା ସେମାନଙ୍କ ପାଇଁ ନିଅଣ୍ଟ ବୋଲି କ଼ହୁଥିଵାଵେଳେ ଜଣେ ଅଙ୍ଗନବାଡି କର୍ମୀ ମାସିକ ୧୦‌ହଜାର‌ ଟଙ୍କା ଵେତନ ପାଇ ସେମାନଙ୍କର ତେଲଲୁଣର ସଂସାର କିପରି ଚଳାଉଥିଵେ‌ ଵିଜେପି ସରକାର‌ ଚିନ୍ତା କରୁଛନ୍ତିତ? ଗତ ସରକାର ସମୟରେ ନିଜର ଦାବି ନେଇ ଅଙ୍ଗନବାଡି କର୍ମୀ ମାନେ ଆନ୍ଦୋଳନ ଓ ଧର୍ମଘଟ କରୁଥିବା ବେଳେ ସାଧାରଣ ନିର୍ବାଚନ ପୂର୍ବରୁ ଵିଜେପି ନେତୃଵୃନ୍ଦ ବିଶେଷ କରି ବର୍ତ୍ତମାନର ଶିଶୁ ବିକାଶ ତଥା ଉପମୂଖ୍ଯମନ୍ତ୍ରୀ ପ୍ରଭାତି ପରିଡା ଆନ୍ଦୋଳନରତ‌ ଅଙ୍ଗନଵାଡିକର୍ମୀ ମାନଙ୍କ ପାଖକୁ ଯାଇ ବିଜେପି ସରକାର ଓଡିଶାରେ ଆସିଲେ ସମସ୍ତ ଦାଵି ପୂରଣ ହେଵ ବୋଲି ପ୍ରତିଶୃତି ଦେଉଥିଲେ।

ଵିଜେପି ସରକାର ଆସିଵାର ଦେଢବର୍ଷ ବିତିଯାଇଥିଲେ ମଧ୍ୟ ବିଜେପି ନେତାଙ୍କ ପ୍ରତିଶ୍ରୁତି ପାଣିର‌ ଗାର ହୋଇଯାଇଛି। ଏହାକୁ‌ ନେଇ ଗଞ୍ଜାମ ଜିଲ୍ଲାର ଅଙ୍ଗନବାଡି କର୍ମୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେମାନଙ୍କରଦାଵି ତୁରନ୍ତ ପୂରଣ କରାନଗଲେ ଆଗାମୀ ଦିନରେ ଅଙ୍ଗନବାଡି କର୍ମୀ ମାନେପୁଣି ଆନ୍ଦୋଳନକୁ ଓହ୍ଲାଇଵେ ଵୋଲି ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande