ଭଦ୍ରକରେ ଜାତୀୟସ୍ତରୀୟ ୨ୟ ବାଣିଜ୍ୟ ମେଳା ଡିସେମ୍ବର ୨୪ ରୁ ଆରମ୍ଭ, ବାଣିଜ୍ୟମେଳାର ଭୂମିପୂଜନ ସଂପନ୍ନ
ଭଦ୍ରକ, ୧୭ ଡିସେମ୍ବର (ହି.ସ.) - ଭଦ୍ରକ ଆଖଣ୍ଡଳମଣି ରାସ୍ତାର ସାମରାଇପୁର (ନୟରା ପେଟ୍ରୋଲ ପମ୍ପ) ନିକଟରେ ଚଳିତମାସ ଜାତୀୟସ୍ତରୀୟ ୨ୟ ବାଣିଜ୍ୟ ମେଳା ଅନୁଷ୍ଠିତ ହେଉଛି। ଏହା ଆସନ୍ତା ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂଘ, ଭଦ୍ରକ ଶାଖା ଓ ଜିଲା ପ୍ର
BANIJYA MELA BHUMI PUJAN


ଭଦ୍ରକ, ୧୭ ଡିସେମ୍ବର (ହି.ସ.) - ଭଦ୍ରକ ଆଖଣ୍ଡଳମଣି ରାସ୍ତାର ସାମରାଇପୁର (ନୟରା ପେଟ୍ରୋଲ ପମ୍ପ) ନିକଟରେ ଚଳିତମାସ ଜାତୀୟସ୍ତରୀୟ ୨ୟ ବାଣିଜ୍ୟ ମେଳା ଅନୁଷ୍ଠିତ ହେଉଛି। ଏହା ଆସନ୍ତା ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂଘ, ଭଦ୍ରକ ଶାଖା ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି। ଏଥି ଉପଲକ୍ଷେ ଆଜି ଉକ୍ତ ପ୍ରାଙ୍ଗଣ ପରିସରରେ ଭୂମିପୂଜନ ସଂପନ୍ନ ହୋଇଛି। ବାଣିଜ୍ୟ ମେଳାର ସଭାପତି ସୁଶାନ୍ତ ନାୟକ ଓ ସଂପାଦକ ମନୋଜ ରାୟଙ୍କ ଉପସ୍ଥିତିରେ ଜିଲା ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ ଏହି ଭୂମିପୂଜନରେ ଅଂଶଗ୍ରହଣ କରି ଶ୍ରୀଫଳ ଭାଙ୍ଗି ପୂଜାର୍ଚ୍ଚନା କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଗତବର୍ଷ ଏହି ବାଣିଜ୍ୟ ମେଳାର ପ୍ରଥମ ବର୍ଷରେ ଭଦ୍ରକ କଲେଜ ପଡିଆରେ ରାଜ୍ୟ ଓ ରାଜ୍ୟ ବାହାରୁ ୧୮୦ ଟି ଷ୍ଟଲ୍ ପଡିଥିବାବେଳେ ଚଳିତବର୍ଷ ତାହା ବୃଦ୍ଧି ପାଇ ୨୪୦ ଟି ଷ୍ଟଲର ବ୍ୟବସ୍ଥା କରାଯାଇଛି। ଏହି ମେଳାରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀ ଓ ଅଂଶଗ୍ରାହୀମାନେ ଭାଗ ନେବେ। ଏଥିରୁ ୬୦ଟି ଷ୍ଟଲ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଡିଏଫଓ ଦ୍ୱାରା ପ୍ରାୟୋଜିତ ହେବ। ଏଥିସହିତ ୫୦ଟି ବିଶେଷ ପିଏମ୍ ବିଶ୍ୱକର୍ମା ଷ୍ଟଲ୍ ମେଳାର ମୁଖ୍ୟ ଆକର୍ଷଣ ହେବ, ଯେଉଁଠାରେ ଗ୍ରାମୀଣ କାରିଗରମାନେ ନିଜ ନିଜ କଳା କୌଶଳ ପ୍ରଦର୍ଶନ କରିବେ। ଏହି ମେଳାରେ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ଯାନବାହନ ପର୍ଯ୍ୟନ୍ତ ସ୍ଥାନ ପାଇବ। ଏବଂ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ବିଶେଷକରି ଜିଲାର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଗୁଡିକୁ ଏଥିରେ ପ୍ରାଧାନ୍ୟ ଦିଆଯିବ। ଆଜିର ଏହି ଭୂମିପୂଜନ ଉତ୍ସବରେ କୋଷାଧ୍ୟକ୍ଷ କମଳାକାନ୍ତ ସାହୁ, ସମାଜସେବୀ କାଳନ୍ଦୀ ବାରିକ, ପୃଷ୍ଠପୋଷକ ବସନ୍ତ କୁମାର ରାଉତ, ଶଶିଶେଖର ବେହେରା ଓ ରାଜେଶ ମିଶ୍ର, ଆବାହକ ସୁରଜ କୁମାର ସାହୁଙ୍କ ସମେତ ସୁରେଶ ଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଶମ୍ଭୁନାଥ ବେହେରା, ସୁରେଶ ପୃଷ୍ଟି, ଅର୍ପିତା ମହାନ୍ତି, ଶାକମ୍ବରୀ ପରିଡା, ରିଙ୍କୁବାଳା ଜେନା, ସେକ୍ ଆସିଫ, ଅରବିନ୍ଦ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande