
Bhubaneswar, 17 ଡିସେମ୍ବର (ହି.ସ.)
ଆଜି ପୂର୍ବାହ୍ନ ୮ଟା ୩୦ମିନିଟ୍ ସମୟରେ ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୪ତମ ଜୟନ୍ତୀ ଉପଲକ୍ଷେ ଉକôଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ପାୱାର ହାଉସ ଛକରେଥିବା ଉକ୍ତ ବରପୁତ୍ରଙ୍କ ପ୍ରତିର୍ମୂିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଉପସଭାପତି ଶ୍ରୀ ସୁରେନ୍ଦ୍ର ନାଥ ମହାନ୍ତିଙ୍କ ଅଧ୍ୟକ୍ଷତା ଏବଂ ସାଧାରଣ ସମ୍ପାଦକ ଡ଼ା. ରାଧାନାଥ ପ୍ରହରାଜଙ୍କ ପରି·ଳନାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସ୍ମୃତି ·ରଣରେ ବକ୍ତାମାନେ ମହାରାଜଙ୍କୁ ପ୍ରଜାବସôଳ ଏବଂ ଓଡ଼ିଶା ରାଜ୍ୟ ଗଠନର ଜଣେ ପ୍ରମୁଖ କାଣ୍ଡାରି ଭାବରେ ପ୍ରତିପାଦନ କରି ସେ ତାଙ୍କ ପ୍ରଜାମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳ ସେଚନ ଏବଂ ନ୍ୟାୟିକ ବ୍ୟବସ୍ଥାରେ ଆଣିଥିବା ସଂସ୍କାର ମୂଳକ ପଦକ୍ଷେପ ଉପରେ ବର୍ଣ୍ଣନା କରିଥିଲେ । ସେ ସମଗ୍ର ଓଡ଼ିଆ ଜାତିର ଉନ୍ନତିକଳ୍ପେ କାର୍ଯ୍ୟକରିବାକୁ ୧୯୦୩ ମସିହାରେ ଗଠନ ହୋଇଥିôବା ଉକôଳ ସମ୍ମିଳନୀର ସଭାପତି ପଦ ପ୍ରଥମେ ଅଳଙ୍କୃତ କରିବାର ସୋ÷ଭାଗ୍ୟ ଲାଭ କରିଥିଲେ ଯାହା ତାଙ୍କୁ ଆଜି ପର୍ଯ୍ୟନ୍ତ ବହୁ ସମ୍ମାନର ଅଧିକାରୀ କରିପାରିଛି ।
ଆଜିର ସଭାରେ ବକ୍ତାମାନେ ତାଙ୍କୁ ବହୁମୁଖୀ ପ୍ରତିଭାର ଅଧିକାରୀ ଭାବରେ ବର୍ଣ୍ଣନା କରିଥିଲେ, ହେଲେ ତାଙ୍କ ପରର୍ବୀ କାଳରେ ତାଙ୍କ ମୟୂରଭଞ୍ଜ ଅଳ ଯଥୋଚିତ ଭାବରେ ଓଡ଼ିଶାରେ ସ୍ଥାନିତ ହୋଇପାରିନଥିବାରୁ ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସଭାରେ ସର୍ବ ସମ୍ମତ ମତ ପ୍ରକାଶ ପାଇଥିଲା ।
ଉପରୋକ୍ତ କାର୍ଯ୍ୟକ୍ରମ ଦ୍ୱୟରେ ଅନ୍ୟମାନଙ୍କ ମଧ୍ୟରେମୁଖ୍ୟ ଉପଦେଷ୍ଟା ଶ୍ରୀ ବସନ୍ତ କୁମାର ତ୍ରିପାଠୀ, ଉପସଭାପତି ପ୍ରାକ୍ତନ ଅଧ୍ୟକ୍ଷ ଡ଼ା. କାଶୀନାଥ ରଥ, ପ୍ରଦୀପ୍ତ ମହାରଣା, ସନ୍ତୋଷ କୁମାର ରାଉତ, ସମ୍ପାଦକ ଡ଼ା. ବାନାମ୍ବର ପରିଡ଼ା, କାର୍ଯ୍ୟନିର୍ବାହୀ ସଦସ୍ୟ ଇଂ.ଜିତେନ୍ଦ ୍ରକୁମାର ପାଢ଼ୀ, ଦିନବନ୍ଧୁ ଷଡ଼ଙ୍ଗୀ, ଯୁଗଳ କିଶୋର ନାୟକ, ସବ୍ୟସାଚୀ ସାମନ୍ତରାୟ, ଶିରିଶ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା