ଜାନୁଆରୀ ୬ରୁ ଆରମ୍ଭ ହେବ ପକ୍ଷୀ ଗଣନା
ଭୁବନେଶ୍ୱର, 17 ଡିସେମ୍ବର (ହି.ସ.) ରାଜ୍ୟରେ ପ୍ରତିବର୍ଷ ହେଉଥିବା ପକ୍ଷୀ ଗଣନା ଏହି ବର୍ଷ ଆସନ୍ତା ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ। ଏହି ପକ୍ଷୀ ଗଣନା ଚିଲିକା ହ୍ରଦ, ନଳବନ ପକ୍ଷୀ ଅଭୟାରଣ୍ୟ, ମଙ୍ଗଳାଯୋଡ଼ି, ହୀରାକୁଦ ଜଳାଶୟ ଏବଂ ନନ୍ଦନକାନନ ଆଦି ପ୍ରମୁଖ ସ୍ଥାନରେ କରାଯିବ। ଏହି ସୂଚନା ଦେଇ ଜଙ
ଜାନୁଆରୀ ୬ରୁ ଆରମ୍ଭ ହେବ ପକ୍ଷୀ ଗଣନା


ଭୁବନେଶ୍ୱର, 17 ଡିସେମ୍ବର (ହି.ସ.) ରାଜ୍ୟରେ ପ୍ରତିବର୍ଷ ହେଉଥିବା ପକ୍ଷୀ ଗଣନା ଏହି ବର୍ଷ ଆସନ୍ତା ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ। ଏହି ପକ୍ଷୀ ଗଣନା ଚିଲିକା ହ୍ରଦ, ନଳବନ ପକ୍ଷୀ ଅଭୟାରଣ୍ୟ, ମଙ୍ଗଳାଯୋଡ଼ି, ହୀରାକୁଦ ଜଳାଶୟ ଏବଂ ନନ୍ଦନକାନନ ଆଦି ପ୍ରମୁଖ ସ୍ଥାନରେ କରାଯିବ।

ଏହି ସୂଚନା ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ପକ୍ଷୀ ଗଣନା ପ୍ରକ୍ରିୟାରେ ପର୍ଯ୍ୟଟନ ବିଭାଗର ସହଯୋଗ ମଧ୍ୟ ନିଆଯିବ।

ମନ୍ତ୍ରୀ କହିଛନ୍ତି ଯେ ପକ୍ଷୀ ସଂରକ୍ଷଣକୁ ଆହୁରି ସୁଦୃଢ଼ କରିବା ପାଇଁ ଆଧୁନିକ ୱାଚ୍ ଟାୱାର ଓ ଏନକ୍ଲୋଜର ନିର୍ମାଣ କରାଯିବ। ଏହା ସହିତ ଶିକାରୀମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କଥା ସେ ଉଲ୍ଲେଖ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande