
ନୂଆପଡ଼ା,୧୭ ଡ଼ିସେମ୍ବର (ହି.ସ.)- ନୂଆପଡା ବିଜୁ ଜନତା ଦଳର ଗଣ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ନିକଟରେ ଶେଷ ହୋଇଥିବା ନୂଆପଡା ଉପ ନିର୍ବାଚନ ଓ ଧାନ ମଣ୍ଡିରେ ଜିଲ୍ଲାର ଚାଷୀ ମାନେ ସମୁଖୀନ ହେଉଥିବା ସମସ୍ୟା ବିଷୟରେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ ଆଜି କରିଥିଲେ।
ସଦ୍ୟ ସମାପ୍ତ ନୂଆପଡା ଉପନିର୍ବାଚନରେ ହୋଇଥିବା ଅନିୟମିତତା ସମ୍ପର୍କରେ ସେମାନେ ବିଜେଡି ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ. ସେହିପରି ଧାନ ସଂଗ୍ରହ ରେ ନୂଆପଡା ଜିଲ୍ଲା ରେ ଚାଷୀମାନେ ସମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ସେମାନେ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହି ପ୍ରତିନିଧିମଣ୍ଡଳୀରେ ନୂଆପଡା ବିଧାୟକ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ,ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମିଶ୍ର, ଜିଲ୍ଲା ପରିଷଦ ଉପସଭାପତି ଭାନୁ ପ୍ରସାଦ ସିଂହ ମାଝୀଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଓ ଅନ୍ୟ ନେତା ମନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ