
କେନ୍ଦ୍ରାପଡ଼ା, ୧୭ ଡିସେମ୍ବର(ହି.ସ.) – ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। କୋରାପୁଟ ଜିଲ୍ଲାରେ ଶୀତର ପ୍ରଭାବ ଅଧିକ ରହୁଛି। ରାତିର ତାପମାତ୍ରା ୫ ଡିଗ୍ରୀ ବି ହୋଇଯାଉଛି। କୋରାପୁଟ ଜିଲ୍ଲାର ଅନ୍ୟ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ବାବା ଗୁପ୍ତେଶ୍ୱର ପୀଠ ଅନ୍ୟତମ ଅଟେ। ଅନେକ ଭକ୍ତ ଏଠାକୁ ଆସିଥାନ୍ତି। ଏହି ଭକ୍ତଙ୍କ ଠାରୁ କିଛି ଦାନ ଆଶାରେ କିଛି ଭିକ୍ଷୁକ ଏଠାରେ ପାହାଚରେ ବସିଥାନ୍ତି। ଅର୍ଥର ଅଭାବ ପାଇଁ ଶୀତବସ୍ତ୍ର ତାଙ୍କର ନଥାଏ। ଏହାକୁ ଦେଖି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କ ପାଇଁ କମ୍ବଳର ବ୍ୟବସ୍ଥା କରାଯାଇଛି। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତା କୋରାପୁଟ ଗସ୍ତରେ ଥିବାବେଳେ ଏହି ଘଟଣା ସଭାପତିଙ୍କ ନଜରକୁ ଆସିଥିଲା। ଏହି କମ୍ବଳ ପାଇବା ପରେ ସେ ଅଭାବି ବୁଢା ବୁଢ଼ୀଙ୍କ ଖୁସୀ କହିଲେ ନସରେ। ଏହାପରେ ଏହି ସ୍ଥାନ ଜୟ ଗୁପ୍ତେଶ୍ୱର, ଜୟ ଜଗନ୍ନାଥରେ ଭରି ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ବିକାଶ ପାତ୍ର, ଅଭୟ ବେହେରା, ଦେବେନ୍ଦ୍ର ନାୟକ, ତପନ ସେନାପତି, ଦିଲ୍ଲୀପ କୁମାର ନାଥ, ଗୌରାଙ୍ଗ ନାୟକ ଓ କଟକ ଜିଲ୍ଲା ପ୍ରତିନିଧି ମକର ବେହେରା ସାମିଲ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି