ଚାଷୀ ଘେରିଲେ ଜିଲ୍ଲା ଯୋଗାଣ ଆଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଜୟପୁର, ୧୭ ଡିସେମ୍ବର (ହି.ସ.) - କୋରାପୁଟ ଜିଲ୍ଲାରେ ଧାନ ମଣ୍ଡି ଉଦଘାଟନ ହୋଇଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଚାଷୀଙ୍କ ଧାନ କ୍ରୟ ହୋଇପାରିନାହିଁ । ଏହିପରି ତୁରନ୍ତ ଧାନ ମଣ୍ଡିକୁ କାର୍ଯ୍ୟକାରୀ କରିବା ଏବଂ ଟୋକେନ ପ୍ରଦାନ କରାଯାଇଥିବା ଚାଷୀଙ୍କ ଧାନ କ୍ରୟ ଦାବି ନେଇ ଜିଲ୍ଲାର ଜୟପୁର ଉପଖଣ୍ଡର ୫
ଚାଷୀ ଘେରିଲେ ଜିଲ୍ଲା ଯୋଗାଣ ଆଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର


ଜୟପୁର, ୧୭ ଡିସେମ୍ବର (ହି.ସ.) - କୋରାପୁଟ ଜିଲ୍ଲାରେ ଧାନ ମଣ୍ଡି ଉଦଘାଟନ ହୋଇଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଚାଷୀଙ୍କ ଧାନ କ୍ରୟ ହୋଇପାରିନାହିଁ । ଏହିପରି ତୁରନ୍ତ ଧାନ ମଣ୍ଡିକୁ କାର୍ଯ୍ୟକାରୀ କରିବା ଏବଂ ଟୋକେନ ପ୍ରଦାନ କରାଯାଇଥିବା ଚାଷୀଙ୍କ ଧାନ କ୍ରୟ ଦାବି ନେଇ ଜିଲ୍ଲାର ଜୟପୁର ଉପଖଣ୍ଡର ୫ଟି ବ୍ଲକର ଚାଷୀ ମାନେ ଆଜି ସ୍ଥାନୀୟ ଜିଲ୍ଲା ଯୋଗାଣ କାର?୍ୟ୍ୟାଳୟ ଘେରିବା ସହିତ କୃଷକ କଲ୍ୟାଣ ମଂଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ଜିଲ୍ଲାରେ ଉଭୟ ଧାନ ସମେତ ମକା ମଣ୍ଡିକୁ ମଧ୍ୟ ତୁରନ୍ତ କାର୍ଯ୍ୟକାରୀ କରାଯାଇ ଚାଷୀଙ୍କ ଅମଳ ଧାନ ଓ ମକା ଫସଲ କ୍ରୟ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ସରକାର ଓ ପ୍ରଶାସନ ପକ୍ଷରୁ ଉଭୟ ଫସଲ ମଣ୍ଡିକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଲେ ଚାଷୀ ମାନେ ଅଭାବୀ ବିକ୍ରିର ଶିକାର ହେବା ସହିତ ବ୍ୟବସାୟୀ ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇ ବାଧ୍ୟବାଧକତା ହୋଇ କମ ମୂଲ୍ୟରେ ଉଭୟ ଫସଲ ବିକ୍ରି କରିବାକୁ ବାଧ୍ୟ ହେବେ । ତେଣୁ ଜିଲ୍ଲା ପ୍ରଶାସନ ଓ ସରକାର ତୁରନ୍ତ ଏଥିପ୍ରତି ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ଗତ ୧୧ ତାରିଖରେ ଚାଷୀ ମାନଙ୍କ ଅମଳ ଧାନ କ୍ରୟ ନିମନ୍ତେ ଜିଲ୍ଲାରେ ମଣ୍ଡି ଉଦଘାଟିତ ହୋଇଯାଇଛି । କିନ୍ତୁ ଏକ ସପ୍ତାହରୁ ଉର୍ଦ୍ଧ୍ୱ ହୋଇଯାଇଛି କିନ୍ତୁ ଚାଷୀଙ୍କ ଗୋଟିଏ କିଲୋ ଧାନ କ୍ରୟ ହୋଇପାରିନାହିଁ । ତେଣୁ ଚାଷୀ ମାନଙ୍କୁ ତୁରନ୍ତ ଟୋକେନ ପ୍ରଦାନ କରାଯାଇ ଆସନ୍ତା ଜାନୁୟାରୀ ମାସ ଶେଷ ସୁଦ୍ଧା ଚାଷୀଙ୍କ ସମସ୍ତ ଧାନ କ୍ରୟ କରାଯାଉ । ଏହିପରି ଯେଉଁ ଦିବସରେ ଚାଷୀଙ୍କୁ ଧାନ କ୍ରୟ କରାଯିବା ନେଇ ଦିନ ଧାର୍ଯ୍ୟ ହେବ ଉକ୍ତ ଦିନ ହିଁ ଧାନ ଉଠାଯାଇ ଚାଷୀଙ୍କୁ ଭେଣ୍ଡର ରସିଦ ପ୍ରଦାନ କରାଯାଉ । ଏହିପରି ନିୟମ ଅନୁଯାୟୀ ମଣ୍ଡିରେ ଧାନ ଓଜନ କରାଯାଇ ସେଠାରେ କ୍ରୟ ଫସଲକୁ ଢଳେଇ କରାଯାଇ କ୍ରୟକାରୀ ସଂସ୍ଥା ପକ୍ଷରୁ ମିଲର କିମ୍ବା ଯୋଗାଣ ବିଭାଗର ଖାଲି ଅଖାରେ ଧାନ ଭରି କରାଯାଇ ପ୍ରଦାନ କରାଯିବା ସହିତ ହେଣ୍ଡେଲିଙ୍ଗ କାର୍ଯ୍ୟ କରାଯାଉ । ସେହିପରି ଗତବର୍ଷ ଖରିଫ ଓ ରବି ମଣ୍ଡିର ଖାଲି ଅଖା ଓ ହେଣ୍ଡେଲିଙ୍ଗ ଚାର୍ଜ ଚାଷୀଙ୍କୁ ପ୍ରଦାନ କରାଯାଉ ଯାହାରକି ଆନୁମାନିକ ମୂଲ୍ୟ ୧୨ କୋଟିରୁ ଉର୍ଦ୍ଧ୍ୱ ହେବ ସରକାର ଚାଷୀଙ୍କୁ ନିଜର ଘୋଷଣା ମୁତାବକ ୩୧୬୯ ଟଙ୍କା କ୍ୱିଣ୍ଟାଲ ପିଛା ପ୍ରଦାନ କରନ୍ତୁ ଏବଂ ଜିଲ୍ଲାପାଳଙ୍କୁ ଧାନ କ୍ରୟର ସମସ୍ତ କ୍ଷମତା ପ୍ରଦାନ କରାଯାଉ । ମଣ୍ଡିରେ ଚାଷୀ ଙ୍କ ଟୋକେନ ଅନୁଯାୟୀ ବିକ୍ରି କଲାପରେ ଚାଷୀଙ୍କ ବଳକା ଧାନ ସରକାର ପକ୍ଷରୁ ହିଁ କ୍ରୟ କରାଯାଉ । ପରିବହନ ଗାଡିରେ ଭିଟିଏସ (ଜିପିଆରଏସ) ଲଗାଯିବା ସହିତ ଦଲାଲ ମୁକ୍ତ ମଣ୍ଡି କରାଯାଉ ଏଫଏକ୍ୟୁ ନାମରେ ଅଧିକ ଧାନ ଦାବି କରାଯାଇ ଚାଷୀଙ୍କ ପ୍ରତି ହେଉଥିବା ଶୋଷଣ ବନ୍ଦ କରାଯାଉ ବର୍ତମାନ ଜିଲ୍ଲାରେ ଧାନ ଓ ମକା କ୍ୱିଣ୍ଟାଲ ପ୍ରତି ୧୬୦୦ ରୁ ୧୭୦୦ ଟଙ୍କା ମଧ୍ୟରେ ବ୍ୟବସାୟୀଙ୍କ ଦ୍ୱାରା କ୍ରୟ ଚାଲିଛି ଏଣୁ ତୁରନ୍ତ ଧାନ ଓ ମକା ମଣ୍ଡି ଜିଲ୍ଲା ମହୋତ୍ସବ ପରବ ପୂର୍ବରୁ ଆରମ୍ଭ କରାଯାଉ ଏବଂ ବିଗତ ଦିନରେ ହୋଇଥିବା ମଣ୍ଡି ହେଣ୍ଡଲିଂ ଚାର୍ଜ ରାଶି ଚାଷୀଙ୍କୁ ପ୍ରଦାନ କରାଯାଉ । ଏହି ଅବସରରେ କୃଷକ କଲ୍ୟାଣ ମଂଚର ସମ୍ପାଦକ ନରେନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ବିପଦ ଭଞ୍ଜନ ଦାସ, ସୁଧିର ରାଉତ, ସଞ୍ଜୟ ବେହେରା, ସୁରେନ୍ଦ୍ର ନାୟକ, ଗୋପାଳ କୃଷ୍ଣ ମଣ୍ଡଳ, ଯୁଧିଷ୍ଠିର ପୁଜାରୀ, ସନ୍ତୋଷ କୁମାର ରାୟ,, ଗଙ୍ଗାଧର ପାଣିଗ୍ରାହୀ, ସୁଦର୍ଶନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande