ଉଠାଜଳ ସେଚନରେ ଚାଷୀ ବଂଚିତ - ଚାଷ ଜମିକୁ ଜଳସେଚନ ନହେଲେ ଆନ୍ଦୋଳନ
ବଲାଙ୍ଗୀର, ୧୭ ଡିସେମ୍ବର(ହି.ସ.) – ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ପଂଚାୟତ ଫଟାମୁଣ୍ଡା ଗ୍ରାମର ଉଠାଜଳସେଚନ ଯୋଜନାରେ ପନ୍ଦର ଜଣ ଚାଷୀଙ୍କ ଚାଷ ଜମିକୁ ଜଳସେଚନ ପାଇଁ ଦୀର୍ଘ ବର୍ଷ ପୂର୍ବରୁ ବିଭାଗୀୟ ଅଧିକାରୀମାନେ ଏଗ୍ରିମେଂଟ କରିଥିଲେ। କିଛି ବର୍ଷ ଠିକଠାକ ଚାଲିଲା ତାପରେ କିଛି ବର୍ଷ ଅଚଳ ଅବସ୍ଥାରେ ରହ
ଉଠାଜଳ ସେଚନରେ ଚାଷୀ ବଞ୍ଚିତ - ଚାଷ ଜମିକୁ ଜଳସେଚନ ନହେଲେ ଆନ୍ଦୋଳନ |


ବଲାଙ୍ଗୀର, ୧୭ ଡିସେମ୍ବର(ହି.ସ.) – ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା ପଂଚାୟତ ଫଟାମୁଣ୍ଡା ଗ୍ରାମର ଉଠାଜଳସେଚନ ଯୋଜନାରେ ପନ୍ଦର ଜଣ ଚାଷୀଙ୍କ ଚାଷ ଜମିକୁ ଜଳସେଚନ ପାଇଁ ଦୀର୍ଘ ବର୍ଷ ପୂର୍ବରୁ ବିଭାଗୀୟ ଅଧିକାରୀମାନେ ଏଗ୍ରିମେଂଟ କରିଥିଲେ। କିଛି ବର୍ଷ ଠିକଠାକ ଚାଲିଲା ତାପରେ କିଛି ବର୍ଷ ଅଚଳ ଅବସ୍ଥାରେ ରହିଲା। ଚଳିତ ବର୍ଷ ନୁଆଁ ଭାବେ ମରାମତି କରି ଆହୁରି ଚାଷ ଜମିକୁ ଜଳସେଚନ ପାଇଁ ନିଷ୍ପତି ନିଆଯାଇଥିଲା। ପନ୍ଦର ଜଣ ଚାଷୀଙ୍କ ମଧ୍ୟରୁ କେବଳ ତିନି ଜଣ ଚାଷୀଙ୍କ ଚାଷ ଜମିକୁ ତରବରିଆ ଭାବେ ଜଳସେଚନ ବ୍ୟବସ୍ଥା କରି ବିଭାଗୀୟ ଅଧିକାରୀ ନିଜର କାମ ସାରି ଦେଇଛି। ଜଳସେଚନ ପାଇଁ ଅନ୍ୟ ୧୨ ଜଣ ଚାଷୀ ବିଭାଗୀୟ ଅଧିକାରୀଙ୍କୁ ଭେଟି ସମସ୍ୟା ଜଣେଇବା ପରେ ବିଭାଗୀୟ ଯନ୍ତ୍ରୀ କହିଲେ ସେ ତିନି ଜଣ ଚାଷୀ ବହୁତ କଠିନ ପରିଶ୍ରମ ଓ ଧାଁ ଧପଡ଼ କରି ଏହି ଯୋଜନାକୁ କାର୍ଯ୍ୟକାରୀ କରେଇଛନ୍ତି କେବଳ ତୁମେ ମାନେ ଝଗଡ଼ା କରିବାକୁ ଅଛ ତୁମର କିଛି କାମ ହେବ ନାହିଁବୋଲି ରୋକଠୋକ ମନା କରିଦେଲେ। ଉଠା ଜଳସେଚନରୁ ବଂଚିତ ଥିବା ସମସ୍ତ ଚାଷୀମାନଙ୍କୁ ନେଇ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏକ ଦାବିପତ୍ର ସହକାରୀ ଜିଲ୍ଲାପାଳ ହେତୁରାମ ବିଭାରଙ୍କୁ ପ୍ରଦାନ କରିଥିଲେ। ସହକାରୀ ଜିଲ୍ଲପାଳ ଏ ବିଷୟରେ ତଦନ୍ତ କରି ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ। ଆଜିର ଦାବିପତ୍ର ଦେବା ସମୟରେ ଶକର ବରିହା, ଉକିଲ ଭୁଏ, ଟିକେସନ ବରିହା, ରବୀନ୍ଦ୍ର ବରିହା, ଡାକ୍ତର ବରିହା, ରଣଜିତ ଭୁଏ, ଶରତ ବରିହା, ଧୂବା ବରିହା, କୃପା ଭୁଏ, ସେବକ ବରିହା, ଭକ୍ତ ବନ୍ଧୁ ଭୁଏ, ହୃଷୀ ଭୁଏ ପ୍ରମୁଖ ଚାଷୀ ମାନେ ଉପସ୍ଥିତ ଥିଲେ। ଶୀଘ୍ର ସମାଧାନ ନହେଲେ ଆଗାମୀ ତିନି ଦିନ ମଧ୍ୟରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ସଂଘର ଯୁଗ୍ମ ସମ୍ପାଦକ ଚେତାବନୀ ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande