
ଖୋର୍ଦ୍ଧା, ୧୭ ଡିସେମ୍ବର (ହି.ସ.) - ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିଜନ ବିକଶିତ ଓଡ଼ିଶା ଅ ୨୦୩୬ ଏବଂ ବିକଶିତ ଭାରତ ଅ୨୦୪୭ ଛାତ୍ର ଓ ଯୁବ ସମାଜ ପାଇଁ ଏକ ଆହ୍ୱାନର ବିଷୟ ଅଟେ । ଆତ୍ମନିର୍ଭର ଭାରତ, ସ୍ୱଦେଶୀ ଭାରତ, ଗ୍ରାମ ସ୍ୱରାଜ୍ୟ ପ୍ରତିଷ୍ଠାରେ ଭାରତ ସ୍ୱାବଲମ୍ବୀ ହେବ, ସ୍ୱାଧିନତା ପୂର୍ବରୁ ଏହା ମହାତ୍ମା ଗାନ୍ଧୀ ସ୍ୱପ୍ନ ଦେଖିଥିଲେ । ଆମେ ସ୍ୱାଧୀନତା ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆତ୍ମ ନିର୍ଭର ଭାରତ ନିର୍ମାଣ କରିପାରି ନାହେଁ । ବର୍ତମାନ ଏହି ଭିଜନ କୁ ସଫଳ କରିବା ପାଇଁ ହେଲେ ଛାତ୍ର ସମାଜ, ଯୁବ ସମାଜଙ୍କ ମାନବ ସମ୍ବଳ ତଥା ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ଶକ୍ତିକୁ ବିକଶିତ ଓ ସୂ ବିନିଯୋଗ କରିପାରିଲେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ନିର୍ମାଣର ପଥ ସୁଗମ ହେବାସହ ସରକାରଙ୍କ ଭିଜନ ସାକାର ହେବ ବୋଲି ଆଜି ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମାସ୍ଥ ପ୍ରାଣ ନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ଦକ୍ଷତା ବିକାଶ କର୍ତୃପକ୍ଷ ମିଳିତ ଆନୁକୁଲ୍ୟ ରେଏକ ଦିବସୀୟ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫ -୨୦୨୬ କୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ ପୂର୍ବକ ନିଜ ଅଭିଭାଷଣରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ବିଧାୟକ କହିଥିଲେ ଏକବିଂଶ ଶତାବ୍ଦୀରେ ସମସ୍ତଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଅହରହ ଉଦ୍ୟମ ଜାରି ରଖି ନିଯୁକ୍ତି ମେଳା,ଓରମାସ ଏବଂ ମିଶନ ଶକ୍ତି ମାଧ୍ୟମରେ ମହିଳା ଶସକ୍ତି କରଣ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଆଜିର ଏହି ନିଯୁକ୍ତି ମେଳା ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପଥ ପ୍ରଦର୍ଶନ ସହ ଦେଶ ସେବାର ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ । ଖୋର୍ଦ୍ଧା ଜିଲ୍ଲା ଉପନିର୍ଦେଶକ ନିଯୁକ୍ତି ତଥା ଦକ୍ଷତା ବିକାଶ ସୁବାସ କୁମାର ବେହେରାଙ୍କ ପୋରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, କସ୍ତୁରୀ ବାଳା ଜେନା, ଓରମାସ ର ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ନୀଳକଣ୍ଠ ରଥ, ଉପାଧ୍ୟକ୍ଷ ପ୍ରାଣନାଥ ସ୍ୱଂୟ ଶାସିତ ମହାବିଦ୍ୟାଳୟ ପ୍ରତାପ କୁମାର ପଟ୍ଟନାୟକ, ଉପ ନିର୍ଦ୍ଦେଶକ, ନିଯୁକ୍ତି, ଭାରତ ସରକାର, ତପନ କୁମାର ରାଉଳ ନିଜ ନିଜ ବକ୍ତବ୍ୟରେ ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆତ୍ମ ନିର୍ଭର କରିବା ପାଇଁ ନିଯୁକ୍ତି ମେଳା ସରକାରଙ୍କର ଏକ ସୁବ୍ୟବସ୍ଥିତ ଯୋଜନା ବୋଲି ଉଲ୍ଳେଖ କରି ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓ ଆତ୍ମ ନିର୍ଭର କରିବା ତଥା ନିଜ ପାରଦର୍ଶିତା କୁ ବିକଶିତ କରି ନିଜର ଓ ନିଜ ପରିବାରର ଆର୍ôଥକ ମାନଦଣ୍ଡ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ । ମେଳାରେ ୨୮ଟି ତାଲିମ ପ୍ରଦାନ କାରୀ ନିଯୁକ୍ତି ସଂସ୍ଥା ଓ ୩୦ ଟି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁରୁ ମୋଟ ୧୮୦୦ ଯୁବକ ଯୁବତୀ ଯୋଗ ଦେଇଥିଲେ କ୍ଷ ସେହିପରି ୯୨୦ ଜଣ ଯୁବକ ଯୁବତୀ ନିଯୁକ୍ତି ଭିତିକ ତାଲିମ ପାଇଁ ଚୟନ ହୋଇଥିବାବେଳେ ୪୩୫ ଜଣକୁ ନିଯୁକ୍ତିପାଇଁ ଚୟନ କରାଯାଇଥିଲା । ମଂଚ ସଂଯୋଜନା, ସ୍ୱାଗତ ଭାଷଣ ଏବଂ ଧନ୍ୟବାଦ ଅର୍ପଣ ଉପନିର୍ଦେଶକ ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୁବାସ କୁମାର ବେହେରା ସମ୍ପାଦନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମିଶନ ଶକ୍ତି,ଓରମାସ ର ଅଧିକାରୀ ବୃନ୍ଦ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଛାତ୍ରଛାତ୍ରୀ ଅଭିଭାବକ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଓ ସମସ୍ତ ଅତିଥି ମାନଙ୍କୁ ଉପଢ଼ୌକନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ମୁଖ୍ୟ ଅତିଥି ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ସମସ୍ତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓ ତାଲିମ ଭିତିକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଗୁଡ଼ିକର ଷ୍ଟଲ୍ ବୁଲି ଦେଖିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ