
କେନ୍ଦ୍ରାପଡ଼ା, ୧୭ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା ତହସିଲରେ ଆଜି ଜିଲ୍ଲାପାଳ ରଘୁରାମ ଆୟର ରାଜସ୍ୱ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗଗୁଡ଼ିକର ଶୁଣାଣୀ କରିଛନ୍ତି। ଆଜି ମୋଟ ୨୧ଟି ଅଭିଯୋଗ ମଧ୍ୟରୁ ୨୦ଟି ବ୍ୟକ୍ତିଗତ ଏବଂ ଗୋଟିଏ ସାମୂହିକ ରାଜସ୍ୱ ଅଭିଯୋଗ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ପ୍ରକାଶଥାଉ କି ୨୦ ତାରିଖରେ ପଟ୍ଟାମୁଣ୍ଡାଇ ତହସିଲ ୨୪ ତାରିଖରେ ଡେରାବିଶ ଏବଂ ୨୬ ତାରିଖ ଦିନ ମାର୍ଶାଘାଇ ତହସିଲରେ ପୂର୍ବାହ୍ନ ୧୦.୩୦ରୁ ଦିନ ୧ଘଟିକା ପର୍ଯ୍ୟନ୍ତ ରାଜସ୍ୱ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ। ଯଦି କୌଣସି ଜନସାଧାରଣଙ୍କ ରାଜସ୍ୱ ସଂକ୍ରାନ୍ତୀୟ କୌଣସିି ଅଭିଯୋଗ ଥିଲେ ଧାର୍ଯ୍ୟ ଦିନ ଏବଂ ସମୟରେ ତହସିଲରେ ଉପସ୍ଥିତ ରହି ଅଭିଯୋଗ କରିପାରିବେ। ଅଭିଯୋଗ ଶୁଣାଣୀରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର କୁଇନି ଜେନାଙ୍କ ସମେତ ତହସିଲ କର୍ମଚାରୀ ପ୍ରଦୀପ କୁମାର ଦାସ, ସୌଭାଗ୍ୟ ଦାସ, ଉମେଶ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି