କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ମୁଖ୍ୟ ଚିକିତ୍ସାଳୟ ଅଚାନକ ଗସ୍ତ, ରୋଗୀଙ୍କ ସହ ଆଲୋଚନା
କେନ୍ଦ୍ରାପଡ଼ା, ୧୭ ଡିସେମ୍ବର(ହି.ସ.) – ଜିଲ୍ଳାପାଳ ରଘୁରାମ ଆର ଆୟର ଆଜି ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି। ଜିଲ୍ଲାପାଳ ପ୍ରଥମେ ଓପିଡି ବୁଲିବା ସହିତ ପଞ୍ଜିକରଣ କାଉଂଟର ପରେ ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ୱାର୍ଡରେ ଭର୍ତି ହୋଇଥିବା ବିଭିନ୍ନ ରୋଗୀମାନଙ୍କୁ
କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମୁଖ୍ୟ ଚିକିôାଳୟ ଅଚାନକ ଗସ୍ତ, ରୋଗୀଙ୍କ ସହ ଆଲୋଚନା


କେନ୍ଦ୍ରାପଡ଼ା, ୧୭ ଡିସେମ୍ବର(ହି.ସ.) – ଜିଲ୍ଳାପାଳ ରଘୁରାମ ଆର ଆୟର ଆଜି ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି। ଜିଲ୍ଲାପାଳ ପ୍ରଥମେ ଓପିଡି ବୁଲିବା ସହିତ ପଞ୍ଜିକରଣ କାଉଂଟର ପରେ ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ୱାର୍ଡରେ ଭର୍ତି ହୋଇଥିବା ବିଭିନ୍ନ ରୋଗୀମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ତାଙ୍କ ସମ୍ପର୍କୀୟମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଦାୟିତ୍ୱରେ ଥିବା ଡାକ୍ତର ଏବଂ ଷ୍ଟାଫ୍‌ଙ୍କୁ ରୋଗୀମାନଙ୍କୁ ଭଲ ବ୍ୟବହାର ସହିତ ଉତମ ରୋଗୀ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଏବଂ ଡାକ୍ତଖାନ ଟଇଲେଟଗୁଡିକର ସଫେଇକୁ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏହାସହିତ ଜିଲ୍ଲାପାଳ ଆହାର କେନ୍ଦ୍ର ସହିତ ଚିକିତ୍ସାଳୟଳୟ ଅନ୍ୟ ସମସ୍ୟା ଉପରେ ଆଲୋଚନା କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande