କୁଚବେହାର ଟ୍ରଫି କ୍ରିକେଟ ଦ୍ୱିତୀୟ ଦିବସ ଓଡିଶା ବନାମ ହିମାଚଳ ପ୍ରଦେଶ ସମ୍ବିଦ ବେଜ୍ ଙ୍କ ଶତକ ହାସଲ
ବଲାଙ୍ଗିର, 17 ଡିସେମ୍ବର( ହି.ସ.) ଗତ କାଲି ମଙ୍ଗଳବାର ର ଅସମାପ୍ତ ପାଳି ୪୪ ରନ୍ ରୁ ଖେଳ ଆରମ୍ଭ କରି ଓଡିଶା ଦଳ ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୭ ଓି୍ୱକେଟ ବିନିମୟରେ ୩୦୮ ରନ୍ ସଂଗ୍ରହ କରିଛି । ଫଳରେ ଓଡିଶା ତାର ପ୍ରଥମ ଇନିଂସରେ ୧୨୭ ରନ୍ ରେ ଅଗ୍ରଣି ଅଛି । ଓଡିଶା ଦଳ ତରଫରୁ ସମ୍ବିତ ବେଜ ଶ
କୁଚବେହାର ଟ୍ରଫି କ୍ରିକେଟ ଦ୍ୱିତୀୟ ଦିବସ ଓଡିଶା ବନାମ ହିମାଚଳ ପ୍ରଦେଶ ସମ୍ବିଦ ବେଜ୍ ଙ୍କ ଶତକ ହାସଲ


ବଲାଙ୍ଗିର, 17 ଡିସେମ୍ବର( ହି.ସ.) ଗତ କାଲି ମଙ୍ଗଳବାର ର ଅସମାପ୍ତ ପାଳି ୪୪ ରନ୍ ରୁ ଖେଳ ଆରମ୍ଭ କରି ଓଡିଶା ଦଳ ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୭ ଓି୍ୱକେଟ ବିନିମୟରେ ୩୦୮ ରନ୍ ସଂଗ୍ରହ କରିଛି । ଫଳରେ ଓଡିଶା ତାର ପ୍ରଥମ ଇନିଂସରେ ୧୨୭ ରନ୍ ରେ ଅଗ୍ରଣି ଅଛି । ଓଡିଶା ଦଳ ତରଫରୁ ସମ୍ବିତ ବେଜ ଶତକ ହାସଲ କରିଥିବା ବେଳେ ଆଦିତ୍ୟ ଆନନ୍ଦ ୭୩ ରନ୍ ଓ ଶାଶ୍ୱତ ରାଉତ ଅପରାଜିତ ୩୮ ରନ୍ ସଂଗ୍ରହ କରିଛନ୍ତି । ହିମାଚଳ ପ୍ରଦେଶ ଦଳ ତରଫରୁ ସଫଳ ବୋଲର ଭାବେ ସିଦ୍ଧକ ଡିଲନ ଓ ଅକ୍ଷୟ ବଶିଷ୍ଟ ଉଭୟେ ୨ ଗୋଟି ଲେଖାଏଁ ୱିକେଟ ଅକ୍ତିୟାର କରିଛନ୍ତି । ଦୁଇ ଦିନର ସଂକ୍ଷିପ୍ତ ସ୍କୋର: ହିମାଚଳ ପ୍ରଦେଶ ୧୮୧/୧୦, ଓଡିଶା ୩୦୮/୭ ।

ଆଜି କ୍ରୀଡା ସଂସଦ ସାଧାରଣ ସଂପାଦକ ହରି ନାରାୟଣ ପୁଜାରୀ, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ବରିଷ୍ଠ ସଭ୍ୟ ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ରବିନ୍ଦ୍ର କୁମାର ମିଶ୍ର, ସିଦ୍ଧେଶ୍ୱର ମିଶ୍ର, ଗୌର ଚନ୍ଦ୍ର ପ୍ରଧାନ, ବଟୁ ସିଂହ, କୋଚ ଅରୁଣ କୁମାର ନାୟକ, ପୃଥ୍ୱୀରାଜ ମିଶ୍ର, ସୁନିଲ ଚନ୍ଦ୍ର ବିଶ୍ୱାଲ, ସୂର୍ଯ୍ୟ ମିଶ୍ର, ଚେତନାନନ୍ଦ ପଣ୍ଡା, ଶ୍ରୀକାନ୍ତ ରାଉତ, ବରିଷ୍ଠ ସମ୍ବାଦିକ ମନୋରଂଜନ ଯୋଷୀ ପ୍ରମୁଖ ଷ୍ଟଡିୟମ ରେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande