
ଭୁବନେଶ୍ୱର, 17 ଡିସେମ୍ବର (ହି.ସ.) ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ଘଟଣାକୁ ନେଇ ଓଡ଼ିଶା ସରକାର କଠୋର ଦଣ୍ଡବିଧାନ ବ୍ୟବସ୍ଥା ଆଣିବା ପାଇଁ ଚିନ୍ତା କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ଆଇନ ମନ୍ତ୍ରୀ କହିଛନ୍ତି ଯେ ଏପରି ଘଟଣାକୁ ସମ୍ପୂର୍ଣ୍ଣ ଭାବେ କିପରି ରୋକାଯାଇପାରିବ, ସେନେଇ କଠୋର ପଦକ୍ଷେପ ଗ୍ରହଣ ପାଇଁ ସରକାରୀ ସ୍ତରରେ ଆଲୋଚନା ଚାଲିଛି। ପୁରୁଣା ଆଇନରେ ଏହି ପ୍ରକାର ଉଲ୍ଲଂଘନ ପାଇଁ ଅନେକ ଦଣ୍ଡବିଧାନର ପ୍ରାବଧାନ ରହିଥିବା କଥା ଉଲ୍ଲେଖ କରି ସେ କହିଛନ୍ତି ଯେ, ସେଥିରେ ଆବଶ୍ୟକ ପରିବର୍ତ୍ତନ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି।
ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଲକ୍ଷ୍ୟରେ ସରକାର କଠୋର ନିୟମ ଓ ବ୍ୟବସ୍ଥା ଗ୍ରହଣ କରିବାକୁ ପଦକ୍ଷେପ ନେଉଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ