ଗଣଶିକ୍ଷାମନ୍ତ୍ରୀଙ୍କ ଜୟପୁର ସହରରେ ଚାୟ ପେ ଚର୍ଚ୍ଚା
ଜୟପୁର,୧୭ ଡିସେମ୍ବର (ହି.ସ.) - ଭୁବନେଶ୍ୱରରୁ ଜୟପୁର ବିମାନବନ୍ଦରରେ ଆସିବା ପରେ ଆଜି ସକାଳୁ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍‌ତ ଜୟପୁର ସହରର ଗୌଡସାହି ନିକଟରେ ଥିବା ଏକ ଚାହା ଦୋକାନରେ ବସି ଚାୟ ପେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଥିଲା। ଶିତୁଆ ସକାଳରେ ସମସ୍ତେ ଚା ପିଇବା ପାଇ ଦୋକାନ ପାଖର
ଗଣଶିକ୍ଷାମନ୍ତ୍ରୀଙ୍କ ଜୟପୁର ସହରରେ ଚାୟ ପେ ଚର୍ଚ୍ଚା


ଜୟପୁର,୧୭ ଡିସେମ୍ବର (ହି.ସ.) - ଭୁବନେଶ୍ୱରରୁ ଜୟପୁର ବିମାନବନ୍ଦରରେ ଆସିବା ପରେ ଆଜି ସକାଳୁ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍‌ତ ଜୟପୁର ସହରର ଗୌଡସାହି ନିକଟରେ ଥିବା ଏକ ଚାହା ଦୋକାନରେ ବସି ଚାୟ ପେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଥିଲା। ଶିତୁଆ ସକାଳରେ ସମସ୍ତେ ଚା ପିଇବା ପାଇ ଦୋକାନ ପାଖରେ ରୁଣ୍ଡ ହୋଇଥିବା ଦେଖି ମନ୍ତ୍ରୀ ମଧ୍ୟ ତାଙ୍କ ଗାଡିକୁ ଅଟକାଇଦେଇଥିଲେ। ସେଠାରେ ଥିବା ଜୟପୁର ବାସୀଙ୍କ ସୁଃଖଦୁଃଖ କଥା ବୁଝିଥିଲେ। ସେତିକି ବେଳେ ବିଜେପି କର୍ମୀମାନେ ଆସି ମନ୍ତ୍ରୀଙ୍କ ସହ କଥାହେବା ପରେ ମନ୍ତ୍ରୀ ସହରର ସମସ୍ୟା ଏବଂ ଶିକ୍ଷା ବ୍ୟବସ୍ଥା ବିଷୟରେ କର୍ମୀଙ୍କୁ ପଚାରି ବୁଝିଥିଲେ। ସେଠାରେ ଥିବା ଏକ ହୋଟେଲରେ ମଧ୍ୟ ଜଳଖିଆ ଖାଇ ନବରଙ୍ଗପୁର ଅଭିମୁଖେ ବାହାରିଥିଲେ। ସେ କହିଥିଲେ ମୁଁ ଜଣେ ସାଧାରଣ ପରିବାରରୁ ଆସିଛି। ଲୋକଙ୍କ ସାଙ୍ଗରେ ରହିଛି ବଢିଛି ତେଣୁ ମୁଁ ଆଜି ମନ୍ତ୍ରୀ ହେବା ପରେ ମଧ୍ୟ କାହାରିକୁ ଅଣଦେଖା କରେ ନାହିଁ। ସାଧାରଣ ଲୋକ ଭାବେ ଆଜି ମୁଁ ଆଜି ଏହି ଚାହା ଦୋକାନକୁ ଆସିଛି। ସମସ୍ତଙ୍କ ସୁଖ ଦୁଃଖ ବୁଝିଛି। ଦିନେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଏହିପରି ଚାହା ଦୋକାନରୁ ତାଙ୍କର ଜୀବନି ଆରମ୍ଭ କରିଥିଲେ। ତେଣୁ ଲୋକଙ୍କ ସହ ମିଶିଲେ ଲୋକଙ୍କ ଆଶିର୍ବାଦ ମିଳୁଛି। ପୁରୁଣା କଥା ଭୁଲିଲେ ହେବ ନାହିଁ। ମୁଁ ଏଠାକୁ ଆସିବାରୁ ମୁ ବହୁତ ଖୁସି। ଲୋକଙ୍କ ସହ ମିଶିଲି ଲୋକଙ୍କ ସହ କଥା ହେଲି ରାଜନିତିରୁ ଉର୍ଦ୍ଧରେ ରହି ମୁ ଆଜି ଏଠାକୁ ଆସିଛି ବୋଲି କହିଥିଲେ। ଏଥିରେ ବିଜେପିର ଗୌତମ ସାମନ୍ତରାୟ,ଏସ. ମନୋଜ କୁମାର,ନଳିନୀକୁମାର ଦାସ, ମଧୁ ହିଆଲ, ପଦ୍ମନ ଗୌଡ,ସ୍ୱାତୀ ହୋତା, ଅଞ୍ଜଳୀ ମିଶ୍ର, ଶୁରଭୀ ପାଣି, ଭବାନୀ ରେଡ୍ଡୀ, ଜିତେନ୍ଦ୍ର ଜୁମାନୀ, ଜଗନ୍ନାତ ଶତପଥୀ, ମିନକେତନ ଦାସଙ୍କ ସମେତ ଅନ୍ୟ ବିଜେପି କର୍ମକର୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande