

ବଲାଙ୍ଗିର, 17 ଡିସେମ୍ବର ( ହ. ସ.)ମଧୁ ମିର୍ଦ୍ଧାଙ୍କ ସଭାପତିତ୍ୱରେ ସର୍ବ ଭାରତୀୟ କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗିର ଦ୍ୱାରା ସ୍ଥାନୀୟ ଶବରୀ ନାରାୟଣ ଧର୍ମଶାଳା ବଲାଙ୍ଗିର ଠାରେ ଜାତୀୟ ପେନସନ ଦିବସ ପାଳିତ ହୋଇଯାଇଛି । ଶାଖା ସଂପାଦକ ବୃଷଭ ସା ପେନସନ ରୋଗୀଙ୍କ ପାଇଁ ସ୍ୱର୍ଗତ ଡି.ଏସ୍. ନାକାରା ଙ୍କ ଅବଦାନୁ ପ୍ରଶଂସା କରିଥିଲେ । ପେନସନର ମାନଙ୍କ କଲ୍ୟାଣ ପାଇଁ ଗତ ୧୭.୧୨.୧୯୮୨ ଦିନ ଦେଇଥିବା ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଐତିହାସିକ ରାୟ ସମ୍ପର୍କରେ ଆଲୋଚନା ହୋଇଥିଲା । କୋଷାଧ୍ୟକ୍ଷ ରାହାସ ବିହାରୀ ଭୋଇ ଏବଂ ସଂଘର କର୍ମକର୍ତ୍ତା ବିଦେଶୀ ସାହୁ, ରୋହିତ କୁମାର ସେଠି, ଚଂପେଶ୍ୱର ମିଶ୍ର, ରମାକାନ୍ତ ପାଣିଗ୍ରାହୀ, ଯଜ୍ଞକର ବାରିକ,ଯଥା ବିଶ୍ୱାଳ ଓ ଜନ୍ମେଜୟ ହୋତା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ