ନୂଆପଡ଼ା ଚାଷୀଙ୍କ ସ୍ୱର ସାଜିବ ବିଜୁ ଜନତା ଦଳ
ଭୁବନେଶ୍ୱର, 17 ଡିସେମ୍ବର (ହି.ସ.) ନୂଆପଡ଼ା ଉପନିର୍ବାଚନରେ ଚାଷୀଙ୍କ ଅଧିକାର ଓ ସମସ୍ୟାକୁ ପ୍ରାଥମିକତା ଦେଇ ବିଜୁ ଜନତା ଦଳ ମଜବୁତ ଭାବେ ଲଢ଼େଇ କରିବ ବୋଲି ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ
ନବୀନ ପଟ୍ଟନାୟକ ଫାଇଲ ଫଟୋ


ଭୁବନେଶ୍ୱର, 17 ଡିସେମ୍ବର (ହି.ସ.) ନୂଆପଡ଼ା ଉପନିର୍ବାଚନରେ ଚାଷୀଙ୍କ ଅଧିକାର ଓ ସମସ୍ୟାକୁ ପ୍ରାଥମିକତା ଦେଇ ବିଜୁ ଜନତା ଦଳ ମଜବୁତ ଭାବେ ଲଢ଼େଇ କରିବ ବୋଲି ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ନୂଆପଡ଼ା ଜିଲ୍ଲାର ବିଜେଡି ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ନିର୍ବାଚନମଣ୍ଡଳୀର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ଏହି ସାକ୍ଷାତ୍କାରରେ ଅଞ୍ଚଳରେ ଚାଲିଥିବା ମଣ୍ଡି ଅବ୍ୟବସ୍ଥା, ଧାନ କ୍ରୟରେ ବିଳମ୍ବ ଓ ଚାଷୀମାନେ ଭୋଗୁଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ସଭାପତିଙ୍କୁ ଜଣାଯାଇଥିଲା।

ଶ୍ରୀ ପଟ୍ଟନାୟକ ଚାଷୀଙ୍କ ସମସ୍ୟା ନେଇ ଚିନ୍ତା ପ୍ରକାଶ କରି, ସେମାନଙ୍କ ଅଧିକାର ସୁରକ୍ଷା ପାଇଁ ସବୁ ସ୍ତରରେ ସଂଘର୍ଷ ଜାରି ରଖିବାକୁ ଦଳୀୟ ନେତୃବୃନ୍ଦ ଓ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande