ମଣ୍ଡିବୁଲି ଚାଷିଙ୍କ ସମସ୍ୟା ଶୁଣିଲେ ବିଧାୟକ କଳିକେଶ, ଧାନକିଣା ଅବ୍ୟବସ୍ଥାକୁ ନେଇ ବିଧାୟକଙ୍କ ଉଦବେଗ,ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି ଦାବିଜଣାଇଲେ
ବଲାଙ୍ଗିର, 17 ଡିସେମ୍ବର (ହି.ସ.)ଡିସେମ୍ବର ୧୭ ତାରିଖ ସୁଦ୍ଧା ବଲାଙ୍ଗୀର ଜିଲ୍ଲାର ମଣ୍ଡିମାନଙ୍କରେ ଧାନକିଣା ଆରମ୍ଭ ହୋଇନାହିଁ । ଏହାକୁ ନେଇ ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ଉଦବେଗ ପ୍ରକାଶ କରିବା ସହ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝିଙ୍କୁ ଚିଠିଲେଖି ଜଣାଇଛନ୍ତି । ଆଜି ଦିନ
ମଣ୍ଡିବୁଲି ଚାଷିଙ୍କ ସମସ୍ୟା ଶୁଣିଲେ ବିଧାୟକ କଳିକେଶ.. ଧାନକିଣା ଅବ୍ୟବସ୍ଥାକୁ ନେଇ ବିଧାୟକଙ୍କ ଉଦବେଗ,ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି ଦାବିଜଣାଇଲେ


ମଣ୍ଡିବୁଲି ଚାଷିଙ୍କ ସମସ୍ୟା ଶୁଣିଲେ ବିଧାୟକ କଳିକେଶ.. ଧାନକିଣା ଅବ୍ୟବସ୍ଥାକୁ ନେଇ ବିଧାୟକଙ୍କ ଉଦବେଗ,ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି ଦାବିଜଣାଇଲେ


ବଲାଙ୍ଗିର, 17 ଡିସେମ୍ବର (ହି.ସ.)ଡିସେମ୍ବର ୧୭ ତାରିଖ ସୁଦ୍ଧା ବଲାଙ୍ଗୀର ଜିଲ୍ଲାର ମଣ୍ଡିମାନଙ୍କରେ ଧାନକିଣା ଆରମ୍ଭ ହୋଇନାହିଁ । ଏହାକୁ ନେଇ ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ଉଦବେଗ ପ୍ରକାଶ କରିବା ସହ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝିଙ୍କୁ ଚିଠିଲେଖି ଜଣାଇଛନ୍ତି । ଆଜି ଦିନ ୧୧ଟା ବେଳେ ବଲାଙ୍ଗୀର ସଦରବ୍ଲକ ଅନ୍ତର୍ଗତ କୁଡାସିଂହା ପେକ୍ସ ସହିତ ଅନ୍ୟ କିଛି ପେକ୍ସକୁ ପରିଦର୍ଶନ କରି ଚାଷିଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ଧାନକିଣାରେ ପ୍ରଶାସନିକ ଅବହେଳାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ବିଧାୟକ ଏନେଇ ଗଣମାଧ୍ୟମକୁ କହିଛନ୍ତି ଯେ,ବଲାଙ୍ଗୀର ଜିଲ୍ଲାର ଧାନକିଣା ବୈଠକ(ଡିଏଲପିସି) ରେ ଡିସେମ୍ବର ୫ ତାରିଖ ସୁଦ୍ଧା ମଣ୍ଡିଖୋଲି ଧାନ କିଣିବାକୁ ନିସ୍ପତ୍ତି ନିଆଯାଇଥିଲା । କିନ୍ତୁ ଆଜି ଡିସେମ୍ବର ୧୭ ତାରିଖ ସୁଦ୍ଧା କୌଣସି ପେକ୍ସରେ ଧାନ କିଣାଯାଇନାହିଁ । ଚାଷିମାନେ ଧାରଉଧାର କରି ଚାଷ କରିଛନ୍ତି । ଶ୍ରମିକମାନଙ୍କର ତଥା ଧାନଅମଳରେ ବ୍ୟବହାର କରିଥିବା ମେସିନର ପାଉଣା ପରିଶୋଧ ପାଇଁ ଚାଷିମାନେ ବ୍ୟଗ୍ରଥିବା ବେଳେ ପ୍ରଶାସନର ବିଳମ୍ବିତ ମଣ୍ଡି ବ୍ୟବସ୍ଥାରେ ଅତିଷ୍ଠ ହୋଇଯାଇଛନ୍ତି ବୋଲି ଚାଷିମାନେ ବିଧାୟକ ଶ୍ରୀ ସିଂଦେଓଙ୍କ ପାଖରେ ଅଭିଯୋଗ କରିଥିଲେ । ଜିଲ୍ଲାର ଛୋଟ ଓ ନାମମାତ୍ର ଚାଷି ହଇରାଣ ହେବା ସହିତ କମଦରରେ ଦଲାଲ ହାତରେ ଧାନ ବିକ୍ରୀକରିଦେଉଛନ୍ତି ବୋଲି ବିଧାୟକ କହିଛନ୍ତି । ଆଜି ବିଧାୟକ କୁଡାସିଂହାରେ ପହଞ୍ଚିଲା ବେଳେ କିଛି ଚାଷି ତାଙ୍କର ଧାନକୁ ଆଣି ପେକ୍ସରେ ରଖିଥିଲେ । ସେମାନେ ଟୋକନ ପାଇଥିଲେ ହେଁ ମିଲର୍ସ ଆସୁନଥିବାରୁ ପେକ୍ସରେ ସେହିଧାନକୁ ଓଜନ କରି କିଣୁନାହିଁ । ମିଲର୍ସ ଆସିଲାପରେ ଧାନ ଏଣ୍ଟ୍ରିହେବ ବୋଲି କୁହାଯାଇଛି । ମଣ୍ଡିକୁ ଆସିଥିବା ଧାନକୁ ତୁରନ୍ତ ଏଣ୍ଟ୍ରିକରିବାକୁ ବିଧାୟକ ପେକ୍ସର ସଂପାଦକ ଆଶିଷ ସାହୁଙ୍କୁ ନିର୍ଦ୍ଦେଶ କରିଥିଲେ । ସେପଟେ ଚାଷିଙ୍କୁ ପେକ୍ସରେ ଅଖାବସ୍ତା ମିଳିନଥିବା ବିଷୟ ମଧ୍ୟ ଜଣାପଡିଥିଲା । ଫଳରେ ବିଧାୟକ ଜିଲ୍ଲାପ୍ରଶାସନର ଏଭଳି କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତକରି ମଣ୍ଡିସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଚିଠିଲେଖି ଦାବି କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ବଲାଙ୍ଗୀର ଜିଲ୍ଲାରେ ମଣ୍ଡି ଖୋଲାଯାଇନଥିବା,ଚାଷିଙ୍କୁ ଠିକରେ ଟୋକନ ଦିଆଯାଇନଥିବା ତଥା ଚାଷିଙ୍କ ପାଖକୁ ବସ୍ତା ପହଞ୍ଚିନଥିବା ପ୍ରମୁଖ ସମସ୍ୟା ବିଷୟରେ ଉଲ୍ଲେଖ କରି ଏହାର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ କରିବାକୁ ଅନୁରୋଧ କରିଛନ୍ତି । ବିଧାୟକଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ,ପୂର୍ବତନ ବ୍ଲକଅଧ୍ୟକ୍ଷ ତଥା ସଦାଇପାଲି ସମିତିସଭ୍ୟ ଗୋଲାପ ବାଗ,ଯୁବନେତା ପ୍ରଦ୍ୟୁମ୍ନ ହୋତା,ବିଜେଡି ଆଇଟିସେଲର ସଂଯୋଜକ ବିଭୁତିଭୂଷଣ ମିଶ୍ର,ଲେଙ୍କା ସାହୁଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ସାମିଲ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande