
କେନ୍ଦ୍ରାପଡ଼ା, ୧୭ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗୁଲନଗର ଛକରେ ଥିବା ଜଗନ୍ନାଥ ଅଟୋମୋବାଇଲ ପ୍ରୋପାଇଟର ଶ୍ରୀ ନଳିନୀକାନ୍ତ ସାହୁଙ୍କ ଦ୍ୱାରା ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଓ ଯେଉଁଥିରେ ଜିଲ୍ଲା ଆଂଚଳିକ ପରିବହନ କେନ୍ଦ୍ର ଏମ୍.ଭି. ଆଇ ଅଧିକାରୀ କାଜଲ ପ୍ରଧାନ ଯୋଗ ଦେଇଥିଲେ ଓ ଜଗନ୍ନାଥ ଅଟୋମୋବାଇଲ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ଲକିଡ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଓ ଯେଉଁଥିରେ ବର୍ଷର ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ମାସରେ ଯେଉଁ ବ୍ୟକ୍ତି ଅଟୋ କିଣିବେ ସେମାନେ ଏହି ଲକିଡ୍ରରେ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ଓ ସେହିଭଳି ଚଳିତ ଥର ୮ଠରୁ ଉର୍ଦ୍ଧ୍ୱ ଲୋକେ ଏହି ତିନି ମାସରେ ମଧ୍ୟରେ ଜଗନ୍ନାଥ ଅଟୋମୋବାଇଲରୁ ଅଟୋ କିଣିଥିବାବେଳେ ଲକିଡ୍ରରେ ନିଜକୁ ଅନ୍ତର୍ଭୁକ୍ତ କରାଇପାରିଥିଲେ ଓ ପ୍ରତିବର୍ଷ ଭଳି ଡ଼ିସେମ୍ବର ମାସରେ ଲକିଡ୍ର ଉଠାଣ ହୋଇଥାଏ ଓ ଲକିଡ୍ର ବିଜେତାମାନଙ୍କୁ ୱାସିଂମେସିନ୍, ଫ୍ରିଜ, ଏଲ୍.ଇ.ଡି, ଆଇରନ, ସାଉଣ୍ଡ ସିଷ୍ଟମ ସହ ଅନେକଗୁଡ଼ିଏ ଶାନ୍ତ୍ୱନା ମୂଳକ ପୁରସ୍କାର ମଧ୍ୟ ବିତରଣ କରାଯାଇଥିଲା ଓ ମୁଖ୍ୟଅତିଥି ଭାବେ ଆସିଥିବା ଜିଲ୍ଲା ଆଂଚଳିକ ପରିବହନ କେନ୍ଦ୍ର ଏମ୍.ଭି.ଆଇ. କାଜଲ ପ୍ରଧାନ ଉପସ୍ଥିତ ଅଟୋ କ୍ରେତାମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ ଓ ଏହି କାର୍ଯ୍ୟକ୍ରମରେ ପିଆଜିଓ ଅଟୋ କମ୍ପାନୀ ଜୋନାଲ ମ୍ୟାନେଜର ଶ୍ରୀ ଅଶୋକ ପାଣିଗ୍ରାହୀ, ଏ.ଏସ୍.ଏମ୍. ସନ୍ତୋଷ କୁମାର ଦାସ, ପରିବହନ ବିଭାଗ କର୍ମଚାରୀ ଶ୍ରୀ ବିଜୟ କୁମାର, ଆଇସି ଆଇସି ବ୍ୟାଙ୍କ ବ୍ରାଂଚ ମ୍ୟାନେଜର ବିଶ୍ୱଜିତ ପରିଡ଼ା, ଇଣ୍ଡୋସେଣ୍ଡ ବ୍ୟାଙ୍କ ସତ୍ୟଜିତ ରାଏ, ବିଶ୍ୱଜିତ ପୃଷ୍ଟି, ବିକାଶ ମହାନ୍ତି, ଆଇଡି ଏଫ୍ସୀ ବ୍ୟାଙ୍କ ନୃସିଂହ ମହାନ୍ତି, ମିହିର ମହାରଣା, ଚୋଲା ଫାଇନାନ୍ସର ସୁଜିତ କୁମାର ସିଂହ, ହିନ୍ଦୁଜା ଫାଇନାନ୍ସର ମିତନ ମହାରଣା, ରମାକାନ୍ତ ଦାସ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ବ୍ରାଂଚ ମ୍ୟାନେଜର ରାକେଶ ଚନ୍ଦ୍ର ଦାସ, ୟୁନିଅନ ବ୍ୟାଙ୍କ ଆଲୋକ ରଞ୍ଜନ ବେହେରା, ପ୍ରୋପାଇଟର ନତିନ କାନ୍ତ ସାହୁ, ଅଜୟ କୁମାର ଶତପଥି, ଜିତେନ୍ଦ୍ର କୁମାର ମହାନ୍ତି, ଶିଶିର କୁମାର ନାୟକ ଏବଂ ମନୋରମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି