
ଭୁବନେଶ୍ୱର, 17 ଡିସେମ୍ବର (ହି.ସ.) ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଜନଅଭିଯୋଗର ତ୍ୱରିତ ସମାଧାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାପ୍ତାହିକ ଜନଅଭିଯୋଗ ଶୁଣାଣି ଆୟୋଜନ କରିବାକୁ ଘୋଷଣା କରିଛି।
ବିଭାଗ ପକ୍ଷରୁ ସୋସିଆଲ୍ ମିଡ଼ିଆରେ ଜାରି ସୂଚନା ଅନୁଯାୟୀ, ପ୍ରତି ସୋମବାର ସକାଳ ୧୦ଟା ୩୦ ମିନିଟ୍ରୁ ବିଭାଗୀୟ ସମ୍ମିଳନୀ କକ୍ଷରେ ଜନଅଭିଯୋଗ ଶୁଣାଣି କରାଯିବ। ଏହା ସହିତ ବିଭାଗ ଅଧୀନସ୍ଥ ସମସ୍ତ ନିର୍ଦ୍ଦେଶାଳୟରେ ମଧ୍ୟ ପ୍ରତ୍ୟେକ ସୋମବାର ଜନଅଭିଯୋଗ ଶୁଣାଣି ଆୟୋଜିତ ହେବ।
ପାରଦର୍ଶିତା ବୃଦ୍ଧି, ପ୍ରଶାସନିକ ଜବାବଦେହିତା ସୁନିଶ୍ଚିତ କରିବା ଏବଂ ସ୍କୁଲ ଓ ଗଣଶିକ୍ଷା ସମ୍ପର୍କିତ ବିଷୟରେ ସାଧାରଣ ଜନତାଙ୍କୁ ସମୟୋପଯୋଗୀ ସମାଧାନ ପ୍ରଦାନ କରିବା ଏହାର ଲକ୍ଷ୍ୟ ବୋଲି ବିଭାଗ ପକ୍ଷରୁ କୁହା ଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ