ସମାଜସେବୀ ରବିନ୍ଦ୍ର ମୋହନ ସାହୁଙ୍କ ଦେହାନ୍ତ
କେନ୍ଦ୍ରାପଡ଼ା, ୧୭ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସହରର ବଡ଼ହାଟ ଗ୍ରାମରେ ଜନ୍ମଗ୍ରହଣ କରିଥିବା ରବିନ୍ଦ୍ର ମୋହନ ସାହୁଙ୍କ ଦେହାନ୍ତ ହୋଇଯାଇଛି। ଆଜି ସକାଳୁ ଖବର ପ୍ରଚାର ହେବା ପରେ କେନ୍ଦ୍ରାପଡ଼ା ସହର ସ୍ତବ୍ଧ ହୋଇଯାଇଛି। ସେ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ।
ସମାଜସେବୀ ରବିନ୍ଦ୍ର ମୋହନ ସାହୁଙ୍କ ଦେହାନ୍ତ


କେନ୍ଦ୍ରାପଡ଼ା, ୧୭ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସହରର ବଡ଼ହାଟ ଗ୍ରାମରେ ଜନ୍ମଗ୍ରହଣ କରିଥିବା ରବିନ୍ଦ୍ର ମୋହନ ସାହୁଙ୍କ ଦେହାନ୍ତ ହୋଇଯାଇଛି। ଆଜି ସକାଳୁ ଖବର ପ୍ରଚାର ହେବା ପରେ କେନ୍ଦ୍ରାପଡ଼ା ସହର ସ୍ତବ୍ଧ ହୋଇଯାଇଛି। ସେ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଶ୍ରୀ ସାହୁ ଏକାଧାରରେ ମେଲାପୀ, ପରୋପକାରୀ, ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଜିଲ୍ଲାର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଟ୍ରଷ୍ଟର ସଭାପତି ଥିବାବେଳେ ଶ୍ରୀ ଜୀଉଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ସହ ଶ୍ରୀଜୀଉଙ୍କ ନୀତିକାନ୍ତିରେ ସୁଧାର ଆଣିଥିଲେ। ଦେହାନ୍ତ ଖବର ପାଇବା ପରେ ତାଙ୍କ ଘରକୁ ସହରର ବହୁ ରାଜନେତା ଓ ଜନ ସାଧାରଣ ତାଙ୍କର ଶେଷ ଦର୍ଶନ କରିଥିଲେ। ଦିନ ୨ଟା ସମୟରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ସହର ପରିକ୍ରମା କରାଯାଇ ଅନ୍ତିମ ସଂସ୍କାର ନିମନ୍ତେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ଶ୍ରୀ ସାହୁଙ୍କ ବୋହୂ ବର୍ତମାନ କେନ୍ଦ୍ରାପଡ଼ା ପୌରସଂସ୍ଥାର ଅଧ୍ୟକ୍ଷ ଅଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ସମସ୍ତ କାଉନସିଲରଙ୍କ ସହିତ ଦଳଗତ ନିର୍ବିଶେଷରେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ଟାଣୁଆ ପୁଅର ଦେହାନ୍ତ ହେବା ଜିଲ୍ଲାବାସୀଙ୍କ ମନରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ପରିବାରକୁ ଶ୍ରୀ ବଳଦେବଜୀଉ ସହାୟ ହୁଅନ୍ତୁ ଏବଂ ଆତ୍ମାର ସଦ୍‌ଗତି କାମନା କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande