ହରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟସ୍ତରୀୟ ୪୪ତମ କ୍ରୀଡା ଉତ୍ସବ
ଚମ୍ପୁଆ, ୧୭ ଡିସେମ୍ବର (ହି.ସ.) - ଚମ୍ପୁଆ ବ୍ଲକ ଅନ୍ତର୍ଗତ ବଡନଈରେ ଥିବା ହରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କ୍ରୀଡା ପ୍ରତିଯୋଗୀତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। ଏହି ଉଦଘାଟନି ଉତ୍ସବରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟବତୀ ନାଏକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅ
ହରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟସ୍ତରୀୟ ୪୪ତମ କ୍ରୀଡା ଉତ୍ସବ


ଚମ୍ପୁଆ, ୧୭ ଡିସେମ୍ବର (ହି.ସ.) - ଚମ୍ପୁଆ ବ୍ଲକ ଅନ୍ତର୍ଗତ ବଡନଈରେ ଥିବା ହରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କ୍ରୀଡା ପ୍ରତିଯୋଗୀତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। ଏହି ଉଦଘାଟନି ଉତ୍ସବରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟବତୀ ନାଏକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ମିଟୁରାମ ମହାନ୍ତ ଓ ଅବସର ପ୍ରାପ୍ତ ଶିକ୍ଷାକର୍ମୀ ଶ୍ରୀନିବାସ ବଡପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଉଦଯାପନି ଉତ୍ସବରେ ବରିଷ୍ଠ ଶିକ୍ଷକ ଚୈତନ୍ୟ ଚନ୍ଦ୍ର ମହାନ୍ତଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ପରିଚାଳନା କମିଟିର ସଭାପତି ଶରତ କୁମାର ମହାନ୍ତ ଏବଂ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟବତୀ ନାଏକ ଯୋଗଦେଇ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ଅଭିଭାଷଣରେ ଜଣେ ଉତମ ମାନର କ୍ରୀଡାବିତ ହେବା ପାଇଁ ଶୃଖଳିତ ଭାବେ ତାଙ୍କ ସମସ୍ତ ଉଦ୍ୟମ ଏବଂ ପ୍ରଚେଷ୍ଟା ଜାରି ରଖିଲେ କ୍ରୀଡାର ମହାନ ଆଦର୍ଶ ଭାବେ ନିୟୋଜିତ ହୋଇ ପାରିବ ବୋଲି ମତ ରଖିଥିଲେ। ଅତିଥି ମାନଙ୍କ ଦ୍ୱାରା କ୍ରିଡା ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା। ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ୩୧୨ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗୀତା ଯଥା ୬୦ମି, ୧୦୦ମି, ୨୦୦ମି, ୪୦୦ମି, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଥାଳି ଫିଙ୍ଗା, ଗଳା ଫିଙ୍ଗା, ମିଉଜିକ ଚେୟାର, ଗଣିତ ଦୌଡ, ବେଲୁନ ଫୁଟା, ସନ୍ତୁଳନରକ୍ଷା ଦୌଡରେ ଭାଗ ନେଇଥିଲେ। ବିଦ୍ୟାଳୟରେ କ୍ରୀଡାଶିକ୍ଷକ ଗଣେଶ୍ୱର କିସକୁ ଏବଂ ରତିକାନ୍ତ ବାରିକଙ୍କ ତତ୍ୱାବଧାନରେ କ୍ରୀଡା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ପୁରୁଷୋତମ ନାଏକ, ଗଗନ ବିହାରୀ ନାଏକ, ଯୁଝାର ମାଝି, ଶ୍ୟାମସୁନ୍ଦର ଦାସ, ଭୁବନେଶ୍ୱର ମହାନ୍ତ ଓ ଶିକ୍ଷୟିତ୍ରୀ ବନିତା ବେହେରା, ଅଞ୍ଜନା ନାୟକ, ସୋନସିଲି ନାୟକ ଏବଂ ଶିକ୍ଷାକର୍ମୀ ରକ୍ଷାକର ବଡପଣ୍ଡା କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande