ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ବିଜେପି ପାର୍ଟି ଅଫିସ ଘେରାଉ ଉଦ୍ୟମ
କଂଗ୍ରେସ କର୍ମୀ ଓ ପୋଲିସ ମୁହାମୁହିଁ ଭୁବନେଶ୍ୱର, 17 ଡିସେମ୍ବର (ହି.ସ.)- ନ୍ୟାସନାଲ ହେରାଲ୍ଡ ମାମଲାରେ ବିଜେପି ପାର୍ଟି ଅଫିସ ଘେରାଉ କରିବାକୁ କଂଗ୍ରେସ ଉଦ୍ୟମ କରିଛି । ବିଜେପି ପାର୍ଟି ଅଫିସ ଘେରାଉ କରିବାକୁ ଯାଉଥିବା ସମୟରେ ପୋଲିସ ବ୍ୟାରିକେଟ ଭାଙ୍ଗିବାକୁ ଯା
ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ବିଜେପି ପାର୍ଟି ଅଫିସ ଘେରାଉ ଉଦ୍ୟମ


କଂଗ୍ରେସ କର୍ମୀ ଓ

ପୋଲିସ ମୁହାମୁହିଁ

ଭୁବନେଶ୍ୱର, 17 ଡିସେମ୍ବର (ହି.ସ.)- ନ୍ୟାସନାଲ

ହେରାଲ୍ଡ ମାମଲାରେ ବିଜେପି ପାର୍ଟି ଅଫିସ ଘେରାଉ କରିବାକୁ କଂଗ୍ରେସ ଉଦ୍ୟମ କରିଛି । ବିଜେପି ପାର୍ଟି

ଅଫିସ ଘେରାଉ କରିବାକୁ ଯାଉଥିବା ସମୟରେ ପୋଲିସ ବ୍ୟାରିକେଟ ଭାଙ୍ଗିବାକୁ ଯାଉଥିବା ସମୟରେ ଧସ୍ତାଧସ୍ତି

ପରିସ୍ଥିତି ଉପୁଜିଛି।ପୋଲିସ ଓ କଂଗ୍ରେସ କର୍ମୀ

ମୁହାଁମୁହିଁ ହୋଇଛନ୍ତି ।

କଂଗ୍ରେସ ଭବନରୁ ବିରାଟ ପଟୁଆରରେ ପିସିସି ସଭାପତି ଙ୍ ସହିତ କଂଗ୍ରେସ ପାର୍ଟି ପକ୍ଷରୁ ବିଜେପି ଅଫିସ୍ ଘେରାଉ କରିବାକୁ ଉଦ୍ୟମ କରାଯାଇଛି ।

ନ୍ୟାସନାଲ ହେରାଲ୍ଡ ମାମଲାରେ

କଂଗ୍ରେସ ଦଳରବିଜୟ ହୋଇଛି ।ଜାଣି ଶୁଣି ଇଡିକୁ ବ୍ୟବହାର

କରିଛନ୍ତି ମୋଦି ଓ ଶାହ।ବ୍ୟକ୍ତିଗତ ଭାବରେ , ଉଦ୍ଦେଶ୍ୟମୂଳକ ଭାବରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଅପମାନିତ କରୁଛନ୍ତି।ନୋ କେସକୁ କେସ ବନାଇ 75 ଘଣ୍ଟା ଜେରା କରାଇଛନ୍ତି । ନ୍ୟାସନାଲ ହେରାଲ୍ଡ ମାମଲାରେ

ହଇରାଣ କରିଛନ୍ତି ରାହୁଲ ଗାନ୍ଧୀଙ୍କୁ।ଏହା ବଡ ଅସମ୍ମାନ ବୋଲି କଂଗ୍ରେସ କହିଛି।

ଏହି ଘଟଣାରେ ଆସନ୍ତାକାଲି

ଜିଲ୍ଲା ମୁଖ୍ୟାଳୟ ନିକଟରେ ଗାନ୍ଧୀଙ୍କ ମୂର୍ତ୍ତି ଆଗରେ ଧାରଣା ଦେବ କଂଗ୍ରେସ।ସେହିପରି ଆସନ୍ତା 19 ତାରିଖରେ ସାରା ରାଜ୍ୟରେ ମଶାଲ ଯାତ୍ରା କରିବ

କଂଗ୍ରେସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande