
ମାଲକାନଗିରି, ୧୭ ଡିସେମ୍ବର (ହି.ସ.) ସହର ମଧ୍ୟରୁ ସ୍ଥାନାନ୍ତର କର କାରାଗାର। ଏପରି ଦାବି ଉଠିଛି ମାଲକାନଗିରି ଜିଲ୍ଲାରୁ । ମାଲକାନଗିରି ଜେଲ କତ୍ତୃପକ୍ଷ ଜେଲ ପାଖ ଆଖରେ ଥିବା ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ଲାଗି ପୌର ପରିଷଦକୁ ପତ୍ର ଲେଖିବା ପରେ ଜନବସତି ପୂର୍ଣ୍ଣ ଅଞ୍ଚଳରୁ ଜେଲକୁ ସ୍ଥାନାନ୍ତର କରିବା ଦାବି କରିଛନ୍ତି ମାଲକାନଗିରି ସହର ବାସିନ୍ଦା ।ମାଲକାନଗିରି ସହରର ୩ ନଂ ୱାର୍ଡରେ ରହିଛି ଜିଲ୍ଲା କାରାଗାର । ରାଜ୍ୟର ବିଭିନ୍ନ ଜେଲରୁ କଏଦୀ ଚମ୍ପଟ ମାରିବା ଘଟଣା ପରେ ସାରା ରାଜ୍ୟରେ ଜେଲ ସୁରକ୍ଷା ଚିନ୍ତା ବଢିଛି । ଏହି କ୍ରମରେ ମାଲକାନଗିରି ଜିଲ୍ଲା କାରାଗାର ପକ୍ଷରୁ ମଧ୍ୟ ଜେଲ ଚାରି ପଟେ ଥିବା ଘର ଦ୍ୱାରକୁ ଉଚ୍ଛେଦ କରିବା ଲାଗି ପୌର ପରିଷଦ କୁ ଚିଠି ଲେଖିଛନ୍ତି ଜେଲ ଅଧିକ୍ଷକ । ଏହି ପତ୍ର ପରେ ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ କୁମ୍ଭାର ସାହି ଓ ଜେଲ ଲାଇନ୍ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ମାଲକାନଗିରି ପୌରାଧ୍ୟକ୍ଷ, କଂଗ୍ରେସ ନେତୃବୃନ୍ଦ ଓ ୩ ନଂ ୱାର୍ଡ ବାସିନ୍ଦାଙ୍କ ସମେତ ସହରର ଶତାଧିକ ଲୋକେ ତଥା ଦଳମତ ନିର୍ବିଶେଷରେ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା କାରାଗାରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଲାଗି ଦାବି କରିଛନ୍ତି ମାଲକାନଗିରି ସହର ବାସିନ୍ଦା ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ