ଶ୍ରମିକମାନଙ୍କୁ ବାହାର ରାଜ୍ୟ କି ଦେଶକୁ କାମ କରିବାକୁ ଯିବା ପୂର୍ବରୁ ପଞ୍ଜିକରଣ କରିବାକୁ ଶ୍ରମମନ୍ତ୍ରୀଙ୍କ ଅପିଲ
ଭୁବନେଶ୍ୱର, 17 ଡିସେମ୍ବର (ହି.ସ.)- ଶ୍ରମିକ ମାନେ ବାହାର ରାଜ୍ୟ କି ଦେଶକୁ କାମ କରିବାକୁ ଯିବା ପୂର୍ବରୁ ପଞ୍ଜିକରଣ କରନ୍ତୁ ।ଦାଦନ ଶ୍ରମିକ ମାନଙ୍କୁ ଅପିଲ କରିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।ସୁଦାନ ଫସିଥିବା ଓଡ଼ିଆ ଶ୍ରମିକ ଫେରିବା ପରେ ସମସ୍ତ ଶ
ଶ୍ରମିକମାନଙ୍କୁ ବାହାର     ରାଜ୍ୟ କି ଦେଶକୁ କାମ କରିବାକୁ ଯିବା ପୂର୍ବରୁ ପଞ୍ଜିକରଣ କରିବାକୁ ଶ୍ରମମନ୍ତ୍ରୀଙ୍କ ଅପିଲ


ଭୁବନେଶ୍ୱର, 17 ଡିସେମ୍ବର (ହି.ସ.)- ଶ୍ରମିକ ମାନେ

ବାହାର ରାଜ୍ୟ କି ଦେଶକୁ କାମ କରିବାକୁ ଯିବା ପୂର୍ବରୁ ପଞ୍ଜିକରଣ କରନ୍ତୁ ।ଦାଦନ ଶ୍ରମିକ ମାନଙ୍କୁ

ଅପିଲ କରିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।ସୁଦାନ ଫସିଥିବା ଓଡ଼ିଆ ଶ୍ରମିକ ଫେରିବା ପରେ

ସମସ୍ତ ଶ୍ରମିକଙ୍କୁ ଏଭଳି ଅପିଲ କରିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ।ସୁରକ୍ଷା ଦୃଷ୍ଟିକୋଣରୁ ସରକାରଙ୍କ ନିକଟରେ ପଞ୍ଜିକରଣ

କରି ବାହାର ରାଜ୍ୟ କି ଦେଶକୁ ଯିବାକୁ ଶ୍ରମିକମାନଙ୍କୁ ଅପିଲ କରିଛନ୍ତି ଶ୍ରମମନ୍ତ୍ରୀ ।ଭାରତ ସରକାରଙ୍କ ଉଦ୍ୟମ

ଯୋଗୁ ସୁଦାନରେ ଫସିଥିବା ଓଡ଼ିଆ ଆଜି ଫେରିଛନ୍ତି ।ଓଡ଼ିଶାରୁ ବହୁତ ସଂଖ୍ୟାରେ ଲୋକ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ।ସେମାନଙ୍କୁ ଆମେ ଅନୁରୋଧ

କରୁଛୁ ବାହାରକୁ ଯାଉଛନ୍ତି ଯିବା ବେଳେ ଆମର ସରକାରୀ ପଞ୍ଜିକୃତ ସଂସ୍ଥା ଦ୍ୱାରା ପଞ୍ଜିକରଣ କରିଯାଆନ୍ତୁ

।ଯାହା ଦ୍ୱାରା କୌଣସି ଅଘଟଣ

ଘଟିଲେ ତୁରନ୍ତ ସହଯୋଗ କରାଯାଇପାରିବ ।ସୁରକ୍ଷା ଦୃଷ୍ଟିକୋଣରୁ ସମସ୍ତେ ଏଥିପ୍ରତି ଧ୍ୟାନ ଦେବାକୁ ଅପିଲ କରିଛନ୍ତି

ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande