
ଭୁବନେଶ୍ୱର, 17 ଡିସେମ୍ବର (ହି.ସ.)- ଶୃଙ୍ଖଳିତ
ଭାବେ ସରିଲା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ-ଓଟିଇଟି। ପ୍ରଥମ ସିଟିଂ ବା ପେପର
ସରିଛି ।ସକାଳ ୯ ରୁ ୧୧ଟା ୩୦ ଯାଏ ଥିଲା ପରୀକ୍ଷା
।ଶୃଙ୍ଖଳିତ ପରୀକ୍ଷା ପରିଚାଳନା
ପାଇଁ ବୋର୍ଡ ପକ୍ଷରୁ ବିଭିନ୍ନ ସେଣ୍ଟରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।ଆଜି ପରୀକ୍ଷା ଦେଉଛନ୍ତି
ଦେଢ଼ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ।ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୧: ୩୦ ଟାରୁ ଆରମ୍ଭ ହୋଇଛି ।
ସେଣ୍ଟର ଗୁଡିକ ସିସିଟିଭି
ସର୍ଭଲାନ୍ସ ଅଧିନରେ ଥିବା ବେଳେ ଚେକିଂରୁ ନେଇ ପ୍ରଶ୍ନପତ୍ର ସିଲ ଓପନ୍
ଯାଏ ସବୁ ସ୍ଵଚ୍ଛତାର ସହ
ହୋଇଥିବା କହିଛନ୍ତି ପରୀକ୍ଷାର୍ଥୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା