
ଭୁବନେଶ୍ୱର, 17 ଡିସେମ୍ବର (ହି.ସ.)- ପିଏମ
ମୋଦିଙ୍କୁ ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯିବାକୁ ନେଇ
ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଭାରତ ନେତୃତ୍ୱ ଦେଉଛି, ସାରା ବିଶ୍ୱ ସମ୍ମାନ ପ୍ରଦର୍ଶନ କରେ। ପ୍ରଧାନମନ୍ତ୍ରୀ ଶ୍ରୀ
ନରେନ୍ଦ୍ର ମୋଦିଜୀଙ୍କୁ ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନ‘ଗ୍ରେଟ୍ ଅନର୍ ନିଶାନ୍ ଅଫ୍ ଇଥିଓପିଆ’ପ୍ରଦାନ କରାଯାଇଥିବା ଅବସରରେ ହୃଦୟପୂର୍ଣ୍ଣ ଅଭିନନ୍ଦନ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ୨୮ତମ ଆନ୍ତର୍ଜାତିକ ସମ୍ମାନ ତାଙ୍କର ଦୂରଦର୍ଶୀ
ନେତୃତ୍ୱ ଏବଂ ଭାରତର ବଢୁଥିବା ବିଶ୍ୱ ପ୍ରଭାବର ସ୍ପଷ୍ଟ ପ୍ରମାଣ ଅଟେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା