ଆବାସିକ ବିଦ୍ୟାଳୟ ପରିସରରେ ଅଘଟଣ, ସୂଚନାଫଳକ ପଡି ଜଣେ ଛାତ୍ର ମୃତ
ଜୟପୁର, 17 ଡିସେମ୍ବର (ହି.ସ.) - ଆବାସିକ ବିଦ୍ୟାଳୟ ପରିସରରେ ଅଘଟଣ l ଜଣେ ତୃତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ l ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଳା କୋଟପାଡ଼ ଥାନା ଅନ୍ତର୍ଗତ ସରକାରୀ ଉନ୍ନୀତ ଆଶ୍ରମ ବିଦ୍ୟାଳୟ ଗାନ୍ଧୀନଗର ଠାରେ ଜଣେ ଛାତ୍ରଙ୍କ ମୃତ୍ୟୁ
ଆବାସିକ ବିଦ୍ୟାଳୟ ପରିସରରେ ଅଘଟଣ, ସୂଚନାଫଳକ ପଡି ଜଣେ ଛାତ୍ର ମୃତ


ଜୟପୁର, 17 ଡିସେମ୍ବର (ହି.ସ.) - ଆବାସିକ ବିଦ୍ୟାଳୟ ପରିସରରେ ଅଘଟଣ l ଜଣେ ତୃତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ l ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଳା କୋଟପାଡ଼ ଥାନା ଅନ୍ତର୍ଗତ ସରକାରୀ ଉନ୍ନୀତ ଆଶ୍ରମ ବିଦ୍ୟାଳୟ ଗାନ୍ଧୀନଗର ଠାରେ ଜଣେ ଛାତ୍ରଙ୍କ ମୃତ୍ୟୁ l ସୂଚନା ଅନୁଯାଇ ବିଦ୍ୟାଳୟର ସୂଚନାଫଳକ ପଡି ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ, ଆଉ ଦୁଇ ଜଣ ଛାତ୍ର ଗୁରୁତର ଆହତ ହୋଇ କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକତ୍ସିତ ହେଉଛନ୍ତି।। ମୃତକ ଛାତ୍ର ଗୁମୁଡା ପଞ୍ଚାୟତ ସୁଉନିଗୁଡା ଗ୍ରାମର ପ୍ରେମାନନ୍ଦ ଭତ୍ରା ବୋଲି ଜଣାପଡିଛି, ବିଦ୍ୟାଳୟର ଶିକ୍ଷକଙ୍କ ସୂଚନା ଅନୁଯାଇ ଛାତ୍ରଟି ବ୍ରସ୍ କରୁଥିବା ସମୟରେ ଦୁଇ ଛାତ୍ରଙ୍କ ଉପରେ ସୂଚନା ଫଳକ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି l ଆଉ ଜଣେ ଗୁରୁତର ଛାତ୍ର ଜୟପୁର ମେଡିକାଲକୁ ସ୍ଥାନାନ୍ତର।। ଘଟଣା ଘଟିବା ପରେ ବିକ୍ଷୋଭ ପ୍ରାଦର୍ଶନ କରଯାଇଛି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande