ଉତ୍କଳ ସମ୍ମିଳନୀ ପକ୍ଷରୁ ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୪ତମ ଜୟନ୍ତୀ ପାଳିତ
ଭୁବନେଶ୍ୱର, ୧୭ ଡିସେମ୍ବର (ହି.ସ)- ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୪ତମ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ପାୱାର ହାଉସ ଛକରେଥିବା ଉକ୍ତ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଉପସଭାପତି ଶ୍ରୀ ସୁରେନ୍ଦ୍ର ନାଥ ମହା
କବଗେ୍ୂୁ୍ମ


ଭୁବନେଶ୍ୱର, ୧୭ ଡିସେମ୍ବର (ହି.ସ)- ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୪ତମ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ପାୱାର ହାଉସ ଛକରେଥିବା ଉକ୍ତ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଉପସଭାପତି ଶ୍ରୀ ସୁରେନ୍ଦ୍ର ନାଥ ମହାନ୍ତିଙ୍କ ଅଧ୍ୟକ୍ଷତା ଏବଂ ସାଧାରଣ ସମ୍ପାଦକ ଡ଼ା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣରେ ବକ୍ତାମାନେ ମହାରାଜଙ୍କୁ ପ୍ରଜାବତ୍ସଳ ଏବଂ ଓଡ଼ିଶା ରାଜ୍ୟ ଗଠନର ଜଣେ ପ୍ରମୁଖ କାଣ୍ଡାରି ଭାବରେ ପ୍ରତିପାଦନ କରି ସେ ତାଙ୍କ ପ୍ରଜାମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳ ସେଚନ ଏବଂ ନ୍ୟାୟିକ ବ୍ୟବସ୍ଥାରେ ଆଣିଥିବା ସଂସ୍କାର ମୂଳକ ପଦକ୍ଷେପ ଉପରେ ବର୍ଣ୍ଣନା କରିଥିଲେ । ସେ ସମଗ୍ର ଓଡ଼ିଆ ଜାତିର ଉନ୍ନତିକଳ୍ପେ କାର୍ଯ୍ୟକରିବାକୁ ୧୯୦୩ ମସିହାରେ ଗଠନ ହୋଇଥିôବା ଉତ୍କଳ ସମ୍ମିଳନୀର ସଭାପତି ପଦ ପ୍ରଥମେ ଅଳଙ୍କୃତ କରିବାର ସୌଭାଗ୍ୟ ଲାଭ କରିଥିଲେ ଯାହା ତାଙ୍କୁ ଆଜି ପର୍ଯ୍ୟନ୍ତ ବହୁ ସମ୍ମାନର ଅଧିକାରୀ କରିପାରିଛି ।

ବକ୍ତାମାନେ ତାଙ୍କୁ ବହୁମୁଖୀ ପ୍ରତିଭାର ଅଧିକାରୀ ଭାବରେ ବର୍ଣ୍ଣନା କରିଥିଲେ, ହେଲେ ତାଙ୍କ ପରବର୍ତ୍ତୀ କାଳରେ ତାଙ୍କ ମୟୂରଭଞ୍ଜ ଅଂଚଳ ଯଥୋଚିତ ଭାବରେ ଓଡ଼ିଶାରେ ସ୍ଥାନିତ ହୋଇପାରିନଥିବାରୁ ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସଭାରେ ସର୍ବ ସମ୍ମତ ମତ ପ୍ରକାଶ ପାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande