ଭୁବନେଶ୍ୱରରେ ବଲିଉଡ ଅଭିନେତା ଅରବାଜ୍ ଖାନ୍
ଭୁବନେଶ୍ୱର, ୧୮ ଡିସେମ୍ବର (ହି.ସ)- ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ଆସି ଗୁରୁବାର ଭୁବନେଶ୍ୱରରେ ପହଂଚିଛନ୍ତି ବଲିଉଡ ଅଭିନେତା ତଥା ପ୍ରଯୋଜକ ଅରବାଜ୍ ଖାନ୍‌। ବିମାନବନ୍ଦରରେ ଓହ୍ଲାଇବା ପରେ ଜୟ ଜଗନ୍ନାଥ କହିଛନ୍ତି ଅରବାଜ୍‌। ସେ କହିଛନ୍ତି ପୋଲିସ ପ୍ରତି ସବୁବେଳେ ସମ୍ମାନ ରହ
ୂାୂହଗଦ


ଭୁବନେଶ୍ୱର, ୧୮ ଡିସେମ୍ବର (ହି.ସ)- ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ଆସି ଗୁରୁବାର ଭୁବନେଶ୍ୱରରେ ପହଂଚିଛନ୍ତି ବଲିଉଡ ଅଭିନେତା ତଥା ପ୍ରଯୋଜକ ଅରବାଜ୍ ଖାନ୍‌।

ବିମାନବନ୍ଦରରେ ଓହ୍ଲାଇବା ପରେ ଜୟ ଜଗନ୍ନାଥ କହିଛନ୍ତି ଅରବାଜ୍‌। ସେ କହିଛନ୍ତି ପୋଲିସ ପ୍ରତି ସବୁବେଳେ ସମ୍ମାନ ରହିଛି। ସେମାନଙ୍କ କାମ ପ୍ରଶଂସନୀୟ। ମୋ ଜେଜେ ବାପା ପୋଲିସ ଡ଼ିଆଇଜି ଥିଲେ। ସେଥିପାଇଁ ପୋଲିସ ପ୍ରତି ମୋର ସମ୍ମାନ ରହିଛି। ଜଞ୍ଜିର ହେଉ କି ସୋଲେ ଚଳଚ୍ଚିତ୍ରରେ ପୋଲିସର ସୁନ୍ଦର ଭୂମିକା ସମସ୍ତେ ଦେଖିଥିବେ। ସୂଚନାଯୋଗ୍ୟ ଯେ କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ନମନ କାର୍ଯ୍ୟକ୍ରମରେ ଯୋଗ ଦେବେ ଅରବାଜ୍‌।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande