ଆଜମେର ଦରଗାହରେ ଚାଦର ଦେଲେ ପିଏମ ମୋଦି, କେନ୍ଦ୍ରମନ୍ତ୍ରୀ କିରଫ ରିଜିଜୁ ନେଇ କଲେ ପ୍ରଦାନ
ଆଜମେର, 22 ଡିସେମ୍ବର (ହି.ସ.)- ଆଜମେରରେ ଅବସ୍ଥିତ ଖ୍ୱାଜା ଗରିବ ନୱାଜଙ୍କ ଦରଗାହରେ ଚାଲିଥିବା 814ତମ ବାର୍ଷିକ ଉର୍ସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଚାଦର ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ସଂଖ୍ୟାଲଘୁ କାର୍ଯ୍ୟ ମନ୍ତ୍ରୀ କିରନ ରିଜିଜୁ
ଚାଦର


ଆଜମେର, 22 ଡିସେମ୍ବର (ହି.ସ.)- ଆଜମେରରେ ଅବସ୍ଥିତ ଖ୍ୱାଜା ଗରିବ ନୱାଜଙ୍କ ଦରଗାହରେ

ଚାଲିଥିବା 814ତମ ବାର୍ଷିକ ଉର୍ସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ

ଚାଦର ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ସଂଖ୍ୟାଲଘୁ କାର୍ଯ୍ୟ ମନ୍ତ୍ରୀ କିରନ ରିଜିଜୁ

ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପଠାଯାଇଥିବା ଚାଦର ନେଇ ଆଜମେର ପହଞ୍ଚିଥିଲେ ଏବଂ ପାରମ୍ପରିକ

ପଦ୍ଧତିରେ ଦରଗାହ ଶରିଫରେ ଚାଦର ଚଢ଼ାଇଥିଲେ।

ଚାଦରପୋଶି ପରେ କେନ୍ଦ୍ରୀୟ ମନ୍ତ୍ରୀ କିରେନ ରିଜିଜୁ ବୁଲନ୍ଦ

ଦ୍ୱାରରେ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କ ପାଇଁ ଦିଆଯାଇଥିବା ବାର୍ତ୍ତା ପଢ଼ି ଶୁଣାଇଥିଲେ।

କାର୍ଯ୍ୟକ୍ରମକୁ ନଜରରେ ରଖି ଦରଗାହ ପରିସର ଏବଂ ଆଖପାଖ ଅଞ୍ଚଳରେ କଡା

ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବହୁ ସଂଖ୍ୟାରେ ପୋଲିସ ବଳ ନିଯୁକ୍ତ ହୋଇଥିଲେ।

ଏହା ପୂର୍ବରୁ ସର୍କିଟ ହାଉସରେ ଗଣମାଧ୍ୟମ ସହ କଥା ହୋଇ କେନ୍ଦ୍ରୀୟ

ମନ୍ତ୍ରୀ କିରେନ ରିଜିଜୁ କହିଥିଲେ ଯେ ଏହି ଚାଦର ପ୍ରଧାନମନ୍ତ୍ରୀ, ସରକାର ଏବଂ

ଦେଶବାସୀଙ୍କ ପକ୍ଷରୁ ପ୍ରେଷିତ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ

ଭାବେ ସେ ନିଜେ ଏଠାକୁ ଆସିଛନ୍ତି ଏବଂ ସେ ଯେଉଁ ବାର୍ତ୍ତା ଦେବେ, ସେହି ପ୍ରଧାନମନ୍ତ୍ରୀଙ୍କ

ବାର୍ତ୍ତା ହେବ। ସେ ନିଜକୁ ଭାଗ୍ୟଶାଳୀ ମନେ କରି କହିଥିଲେ ଯେ ଆଜମେର ଦରଗାହକୁ ଆସି ଦେଶର

ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରାର ପ୍ରାର୍ଥନା କରିବାର ସୁଯୋଗ ମିଳିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande