ଏୟାର ଇଣ୍ଡିଆ ବିମାନରେ ତ୍ରୁଟିକୁ ନେଇ ରିପୋର୍ଟ ମାଗିଲା ମନ୍ତ୍ରାଳୟ, ଡିଜିସିଏକୁ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ, 22 ଡିସେମ୍ବର (ହି.ସ.)- ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୋମବାର ଦିନ ଏୟାର ଇଣ୍ଡିଆ ବିମାନ ସେବାର ଫ୍ଲାଇଟ ଏଆଇ-887 ରେ ଟେକ୍-ଅଫ୍ ପରେ ତୁରନ୍ତ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଘଟଣାକୁ ଗୁରୁତ୍ୱ ଦେଇଛି। ମନ୍ତ୍ରଣାଳୟ ଏହି ମାମଲାର ସମ୍ପୂର୍ଣ୍ଣ ତଦନ୍ତ କରି ବି
ବିମାନ


ନୂଆଦିଲ୍ଲୀ, 22 ଡିସେମ୍ବର (ହି.ସ.)- ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୋମବାର ଦିନ

ଏୟାର ଇଣ୍ଡିଆ ବିମାନ ସେବାର ଫ୍ଲାଇଟ ଏଆଇ-887 ରେ ଟେକ୍-ଅଫ୍ ପରେ ତୁରନ୍ତ ଯାନ୍ତ୍ରିକ ତ୍ରୁଟି ଦେଖାଦେବା

ଘଟଣାକୁ ଗୁରୁତ୍ୱ ଦେଇଛି। ମନ୍ତ୍ରଣାଳୟ ଏହି ମାମଲାର ସମ୍ପୂର୍ଣ୍ଣ ତଦନ୍ତ କରି ବିସ୍ତୃତ

ରିପୋର୍ଟ ଦାଖଲ କରିବା ପାଇଁ ଡିଜିସିଏକୁ ନିର୍ଦ୍ଦେଶ ଦେଇଛି। ତେବେ ବିମାନଟି ସୁରକ୍ଷିତ ଭାବେ

ଲ୍ୟାଣ୍ଡ କରିଛି ଏବଂ ଏଥିରେ ସାରିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଆଜି ସକାଳେ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ଫ୍ଲାଇଟ ଟେକ୍-ଅଫ୍

ପରେ ପ୍ରାୟ ଏକ ଘଣ୍ଟା ମଧ୍ୟରେ ଇଞ୍ଜିନରେ ତ୍ରୁଟି ଆସିବା କାରଣରୁ ଦିଲ୍ଲୀକୁ ଫେରିଆସିବାକୁ

ପଡ଼ିଥିଲା। ଏହି ବୋଇଂ 777 ବିମାନରେ ପ୍ରାୟ 355 ଜଣ ଯାତ୍ରୀ ଥିଲେ। ଏୟାର ଇଣ୍ଡିଆର କ୍ରୁ ସଦସ୍ୟମାନେ

ମାନକ ପ୍ରଚାଳନ ପ୍ରକ୍ରିୟା ଅନୁସାରେ ଯାନ୍ତ୍ରିକ ସମସ୍ୟା ଯୋଗୁ ଟେକ୍-ଅଫ୍ ପରେ କିଛି ସମୟ

ମଧ୍ୟରେ ଦିଲ୍ଲୀକୁ ଫେରିଆସିବାର ନିଷ୍ପତ୍ତି ନେଇଥିଲେ।

ମନ୍ତ୍ରଣାଳୟ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବା ପାଇଁ ଡାଇରେକ୍ଟୋରେଟ୍

ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ଏଥିସହ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର

ସହାୟତା ଦେବା ଏବଂ ସେମାନଙ୍କୁ ପରବର୍ତ୍ତୀ ଫ୍ଲାଇଟଗୁଡ଼ିକରେ ସମନ୍ୱୟ କରିବା ପାଇଁ ଏୟାରଲାଇନ୍‌କୁ

ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ ଫ୍ଲାଇଟ ଏଆଇ-887 ସୁରକ୍ଷିତ

ଭାବେ ଲ୍ୟାଣ୍ଡ କରିଛି ଏବଂ ଯାତ୍ରୀମାନଙ୍କର ସୁରକ୍ଷା ହିଁ ସେମାନଙ୍କ ପାଇଁ ସର୍ବାଧିକ

ପ୍ରାଥମିକତା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande