
ନୂଆଦିଲ୍ଲୀ, ୨୨ ଡିସେମ୍ବର (ହି.ସ.)- ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିଂନ୍ଦର ସିଂହ ସିରସା କହିଛନ୍ତି ଯେ, ‘ଏଜଇଚ-୪ ଉଲ୍ଲଂଘନ କରୁଥିବା ଏବଂ ପ୍ରଦୂଷଣ ସୃଷ୍ଟି କରୁଥିବା ୟୁନିଟ୍ ଗୁଡ଼ିକୁ ସିଲ୍ କରିବା ପାଇଁ ଏକ ବଡ଼ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି ।’ ସିରସା ସୋମବାର ଦିଲ୍ଲୀ ସଚିବାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ‘ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ସହିତ ମିଳିତ ଭାବରେ ସମସ୍ତ ଦିଲ୍ଲୀ ନଗର ନିଗମ (ଏମସିଡି) ଡେପୁଟି କମିଶନରମାନେ ଆଜିଠାରୁ ଅନଧିକୃତ ଶିଳ୍ପ ବିରୁଦ୍ଧରେ ସିଲ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ବିଶାଳ ଅଭିଯାନ ଅଧୀନରେ, ସମସ୍ତ ପ୍ରଦୂଷଣକାରୀ ୟୁନିଟ୍ ଗୁଡ଼ିକୁ ସିଲ୍ କରାଯିବ ।’
ସେ କହିଛନ୍ତି ଯେ, ରାଜଧାନୀରେ ଗ୍ରେପ୍ ୪ ଅନୁଯାୟୀ ଘରୁ କାମ କରିବା (ୱାର୍କ ଫ୍ରମ୍ ହୋମ୍) କଟକଣା ଲାଗୁ ହୋଇଛି । ଆମେ ସୂଚନା ପାଇଛୁ ଯେ, କିଛି ଘରୋଇ କମ୍ପାନୀ ଏହାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରୁନାହାଁନ୍ତି । ତେଣୁ, ସେମାନଙ୍କୁ ଏହି ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରାଯାଉଛି । ଯଦି କୌଣସି ଘରୋଇ କମ୍ପାନୀ ବିରୁଦ୍ଧରେ କୌଣସି ଅଭିଯୋଗ ଆସେ, ତେବେ ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦିଲ୍ଲୀ ସରକାର ପ୍ରଦୂଷଣ ହ୍ରାସ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ