
ନୂଆଦିଲ୍ଲୀ, 22 ଡିସେମ୍ବର (ହି.ସ.)- ବୈଦେଶିକ ମନ୍ତ୍ରୀ ଡ଼. ଏସ. ଜୟଶଙ୍କର ମଙ୍ଗଳବାର
ପ୍ରଧାନମନ୍ତ୍ରୀଙ୍କ ବିଶେଷ ଦୂତ ଭାବେ ଶ୍ରୀଲଙ୍କା ଯିବେ ଏବଂ ଶ୍ରୀଲଙ୍କା ନେତୃତ୍ୱ ସହିତ
ସାକ୍ଷାତ୍ କରିବେ। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବିଦେଶ ମନ୍ତ୍ରୀଙ୍କ ଏହି ଗସ୍ତ ବାତ୍ୟା
‘ଦିତ୍ୱା’ ଦ୍ୱାରା ସୃଷ୍ଟି ହୋଇଥିବା ବିପର୍ଯ୍ୟୟ ସମ୍ମୁଖୀନ ହେବା ପାଇଁ ଆରମ୍ଭ କରାଯାଇଥିବା
‘ଅପରେସନ ସାଗର ବନ୍ଧୁ’ ସନ୍ଦର୍ଭରେ ହେଉଛି ଏବଂ ଏହା ଭାରତର ‘ନେବରହୁଡ୍ ଫାର୍ଷ୍ଟ ପଲିସି’କୁ ଦର୍ଶାଉଛି
।
ଉଲ୍ଲେଖନୀୟ ଯେ, ଶ୍ରୀଲଙ୍କାରେ ଚକ୍ରବାତ ‘ଦିତ୍ୱା’ ଯୋଗୁ ଗତ ମାସରେ 600 ରୁ ଅଧିକ
ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାର ପ୍ରଭାବରେ ପ୍ରାୟ 23 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ।
ପଡ଼ୋଶୀ ଦେଶ ଭାବେ ଭାରତ ସହାୟତା ପାଇଁ ସବୁଠାରୁ ପ୍ରଥମେ ଆଗକୁ ଆସିଥିଲା। ଭାରତ ରିଲିଫ ସାମଗ୍ରୀ
ଯୋଗାଇଥିଲା ଏବଂ ବର୍ତ୍ତମାନ ଭାରତ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା