ଅସ୍ତ୍ରଶସ୍ତ୍ର ସହ ୨୨ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି, ୨୩ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ପୁଲିସ୍‌ ନିକଟରେ ଆଜି ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୯ଟି ବନ୍ଧୁକ, ୧୪ଟି ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟ ମାଓ ସାମଗ୍ରୀ ସହ ମାଓବାଦୀମାନେ ପୁଲିସ୍‌ ଡିଜି ୱାଇ ବି ଖୁରାନିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି
ଅସ୍ତ୍ରଶସ୍ତ୍ର ସହ ୨୨ମାଓବାଦୀ ଙ୍କ ଆତ୍ମସମର୍ପଣ


ମାଲକାନଗିରି, ୨୩ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ପୁଲିସ୍‌ ନିକଟରେ ଆଜି ୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୯ଟି ବନ୍ଧୁକ, ୧୪ଟି ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟ ମାଓ ସାମଗ୍ରୀ ସହ ମାଓବାଦୀମାନେ ପୁଲିସ୍‌ ଡିଜି ୱାଇ ବି ଖୁରାନିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଜିଲ୍ଲା ପୁଲିସ୍‌ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପୁଲିସ୍‌ ଡିଜି, ଡ଼ିଆଇଜି କନୱର ଵିଶାଲ ସିଂ, ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଓ ଅନ୍ୟ ପୁଲିସ୍‌ ଅଧିକାରୀ ଉପସ୍ଥିତ ଥିଲେ। ହିଂସାର ପଥ ଛାଡି ଆତ୍ମସମର୍ପଣ କଲେ ସରକାରୀ ସ୍ତରରେ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ ସହ ଥଇଥାନ କରାଯିବ ବୋଲି ପୁଲିସ୍‌ ଡିଜି ପ୍ରକାଶ କରିଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ୨ କୋଟି ୨୫ ଲକ୍ଷରୁ ଅଧିକ ଟଙ୍କାର ପୁରସ୍କାର ରାଶି ଥିଲା। ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରୀ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ପୁଲିସ୍‌ ପ୍ରକାଶ କରିଛି। ଦୁଇ ଜଣ ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟିର ସଦସ୍ୟ ହୋଇଥିବା ବେଳେ ୨୦ ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରେ କୁଖ୍ୟାତ ମାଓ ନେତା ଡିସିଏମ ଲିଙ୍ଗେ ମଧ୍ୟ ସାମିଲ ଅଛି। ବହୁ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande