ରେଳଯାତ୍ରୀଙ୍କ ସୁବିଧା ଏବଂ ଆଞ୍ଚଳିକ ସଂଯୋଗୀକରଣକୁ ୫ ସାଂସଦଙ୍କ ଗୁରୁତ୍ୱ
ରେଳଯାତ୍ରୀଙ୍କ ସୁବିଧା ଏବଂ ଆଞ୍ଚଳିକ ସଂଯୋଗୀକରଣକୁ ୫ ସାଂସଦଙ୍କ ଗୁରୁତ୍ୱ
ରେଳଯାତ୍ରୀଙ୍କ ସୁବିଧା ଏବଂ ଆଞ୍ଚଳିକ ସଂଯୋଗୀକରଣକୁ ୫ ସାଂସଦଙ୍କ ଗୁରୁତ୍ୱ


ସମ୍ବଲପୁର, ୨୩, ଡିସେମ୍ବର (ହି.ସ.) ଆଜି ସମ୍ବଲପୁର ରେଳ ମଣ୍ଡଳ ର ଓଡିଶା ଏବଂ ଛତିଶଗଡ଼ ସଂସଦୀୟ କ୍ଷେତ୍ରର ସାଂସଦ ମାନଙ୍କ ଏକ ବିଭାଗୀୟ କମିଟି ବୈଠକ ଏଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ସମେତ ବରିଷ୍ଠ ରେଳ ଅଧିକାରୀଙ୍କ ସହିତ ବିଭିନ୍ନ ଭିତ୍ତିଭୂମି ଓ ଯାତ୍ରୀ ସେବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭାଗୀୟ କମିଟିର ସଭାପତି ଭାବରେ ମନୋନୀତ କରିଥିଲେ। ଏହି ବୈଠକରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, କଳାହାଣ୍ଡି ସାଂସଦ ମାଳବୀକା ଦେବୀ, ମହାସମୂନ୍ଦ ସାଂସଦ ରୂପ କୁମାରୀ ଚୌଧୁରୀ ଉପସ୍ଥିତ ରହି ସମ୍ବଲପୁର ରେଳ ଡିଭିଜନ ଦ୍ୱାରା ଗ୍ରହଣ କରାଯାଇଥିବା ବିକାଶମୂଳକ ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଥିଲେ। ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦା ମେଣ୍ଟାଇବା ପାଇଁ ଟ୍ରେନ୍ ଚଳାଚଳ ଦିବସ ବୃଦ୍ଧି ଏବଂ ଉପାନ୍ତ ଅଞ୍ଚଳକୁ ଟ୍ରେନ ସେବା ସମ୍ପ୍ରସାରଣ କରିବା, ନୂତନ ରେଳ ଲାଇନ, ଦୁର୍ଗମ ଅଞ୍ଚଳକୁ ଉନ୍ନତ ସଂଯୋଗୀକରଣ, ରୋଡ଼ ଅଣ୍ଡର ବ୍ରିଜ୍ (ଉପମାର୍ଗ) ଏବଂ ରୋଡ୍ ଓଭର ବ୍ରିଜ୍ ର ବିକାଶ, ରେଳ ପ୍ରକଳ୍ପ ଗୁଡିକୁ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା, ଟ୍ରେନ୍ ଷ୍ଟପେଜ୍ ଏବଂ ନିଯୁକ୍ତି ସୃଷ୍ଟିର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା।

ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସାଂସଦମାନଙ୍କୁ ସ୍ୱାଗତ କରି ସେମାନଙ୍କର ଗଠନମୂଳକ ମତାମତ ଏବଂ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ ପୂର୍ବତଟ ରେଳପଥର କାର୍ଯ୍ୟଦକ୍ଷତା, ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ ଯାତ୍ରୀ ସେବାକୁ ଉନ୍ନତ କରିବା ଏବଂ ଆଞ୍ଚଳିକ ମାଲ ପରିବହନ ଆବଶ୍ୟକତା ପୂରଣ କରିବା ପାଇଁ କରାଯାଉଥିବା ନିରନ୍ତର ପ୍ରୟାସ ବିଷୟରେ କମିଟିକୁ ସୂଚନା ଦେଇଥିଲେ। ଏହି ବୈଠକରେ ସମ୍ବଲପୁର ଡ଼ିଆରଏମ ସୁବାଷ ଚନ୍ଦ୍ର ଚୌଧରୀଙ୍କ ସମେତ ରେଳପଥ ମୁଖ୍ୟାଳୟର ପ୍ରମୁଖ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande