'ଏକ ଭାରତ, ଶ୍ରେଷ୍ଠ ଭାରତ' ଆହ୍ୱାନ ମଧ୍ୟରେ ରାଜସ୍ଥାନ ମହୋତ୍ସବ ଉଦଯାପିତ
'ଏକ ଭାରତ, ଶ୍ରେଷ୍ଠ ଭାରତ' ଆହ୍ୱାନ ମଧ୍ୟରେ ରାଜସ୍ଥାନ ମହୋତ୍ସବ ଉଦଯାପିତ
'ଏକ ଭାରତ, ଶ୍ରେଷ୍ଠ ଭାରତ' ଆହ୍ୱାନ ମଧ୍ୟରେ ରାଜସ୍ଥାନ ମହୋତ୍ସବ ଉଦଯାପିତ


ସମ୍ବଲପୁର, ୨୩, ଡିସେମ୍ବର (ହି.ସ.) ରାଜସ୍ଥାନ ଫାଉଣ୍ଡେସନ ଓ ମାରୱାଡ଼ୀ ଯୁବା ମଞ୍ଚ, କ୍ଷେତରାଜପୁର ଆୟୋଜନରେ ପାଞ୍ଚ ଦିନ ଧରି ଚାଲିଥିବା ମାରୱାଡ଼ ମହୋତ୍ସବ ଗତ ସନ୍ଧ୍ୟାରେ ଉଦଯାପିତ ହୋଇଛି। ଏଥିରେ ଲୋକସଭା ର ବାଚସ୍ପତି ଓମ ବିର୍ଲାଯୋଗଦେଇଥିଲେ। ସେ କହିଛନ୍ତି ଯେ, ୨୦୪୭ ସୁଦ୍ଧା ବିକଶିତ ଏଜ ଭାରତ, ଶ୍ରେଷ୍ଠ ଭାରତ ଗଠନ ଗୁରୁତ୍ୱପୂର୍ଣ୍ଣ। ମାରୱାଡ଼ୀ ସମ୍ପ୍ରଦାୟ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକଳାପ ମାଧ୍ୟମରେ ଜାତି ଗଠନରେ ଅପାର ଅବଦାନ ରଖିଛନ୍ତି। ବ୍ୟବସାୟ ଓ ଶିଳ୍ପ ସହିତ ସହ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାର୍ବଜନିକ କଲ୍ୟାଣ କ୍ଷେତ୍ରରେ ମଧ୍ୟ ଏହି ସମ୍ପ୍ରଦାୟ ର ବ୍ୟାପକ ପ୍ରଭାବ ରହିଛି। ମାରୱାଡ଼ୀ ସମ୍ପ୍ରଦାୟ ନିଜର ମୂଳ୍ୟବୋଧ ଓ ପରମ୍ପରାକୁ ଅଟୁଟ ରଖି ସ୍ଥାନୀୟ ସଂସ୍କୃତି ସହ ସହଜରେ ଖାପ ଖାଇଥାଏ । ଯୁବପୀଢ଼ୀଙ୍କୁ ଆହ୍ୱାନ ଜଣାଇ ସେ କହିଥିଲେ ଯେ, ଆଧୁନିକ ଉନ୍ନତିର ପଥରେ ଆଗେଇବା ସମୟରେ ନିଜର ମୂଳ ଓ ପରମ୍ପରା ସହ ଯୋଡି ରହିବା ଆବଶ୍ୟକ। ଏହି ମହୋତ୍ସବ ଜାତୀୟ ଏକତା ଓ ସାଂସ୍କୃତିକ ସମନ୍ୱୟର ଆତ୍ମାକୁ ପ୍ରତିବିମ୍ବିତ କରୁଛି। ସେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତି ମଧ୍ୟ ଶ୍ରଦ୍ଧା ଜଣାଇଥିଲେ।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ମା' ସମଲେଶ୍ଵରୀ ଙ୍କ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ବୋଲି ମତଦେଇ କହିଲେ ଯେ, ମାରୱାଡ଼ ମହୋତ୍ସବ ଭାରତୀୟ ଲୋକ ପରମ୍ପରା, ସଂସ୍କୃତି ର ଗୋଟେ ଅଦ୍ୱିତୀୟ ସଙ୍ଗମ ବୋଲି ବିବେଚନା କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ସାଂସ୍କୃତିକ ବିବିଧତା ଏବଂ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସ୍ୱପ୍ନକୁ ଏହି ମହୋତ୍ସବ ବାସ୍ତବ ରୂପ ଦେଉଛି । ବିଭିନ୍ନ ପ୍ରାନ୍ତର ସଂସ୍କୃତିର ମିଳନ ହିଁ ଭାରତର ପ୍ରକୃତ ଶକ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟ ନାରାୟଣ ମିଶ୍ର,କାର୍ଯ୍ୟକ୍ରମ ଅଧ୍ୟକ୍ଷ ମାଧବ ଡାଲମିଆ, ଇଂ. ଅଶୋକ ଜାଲାନ, ସଂଯୋଜକ ପରାଗ ଅଗ୍ରୱାଲ, ଗଣ ମାଧ୍ୟମ ପ୍ରଭାରୀ ମୁକେଶ ଜରି.ୱାଲ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande