୨୮ରେ ସମ୍ବଲପୁର ଲୋକ ମହୋତ୍ସବ ଚିତ୍ରକଳା କର୍ମଶାଳା
ସମ୍ବଲପୁର, ୨୩, ଡିସେମ୍ବର (ହି.ସ.) - ବହୁ ପ୍ରତିକ୍ଷିତ ସମ୍ବଲପୁର ଲୋକ ମହୋତ୍ସବ ପାଇଁ ଆସନ୍ତା ୨୮ ରେ ଚିତ୍ରକଳା କର୍ମଶାଳା ଆୟୋଜିତ ହେବ । ଏହି କର୍ମଶାଳା ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ସ୍ଥିତ ଇଣ୍ଡୋର ହଲ ଠାରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ କରାଯିବାକୁ ସ୍ଥିର କରାଯାଇଛି।
୨୮ରେ ସମ୍ବଲପୁର ଲୋକ ମହୋତ୍ସବ ଚିତ୍ରକଳା କର୍ମଶାଳା


ସମ୍ବଲପୁର, ୨୩, ଡିସେମ୍ବର (ହି.ସ.) - ବହୁ ପ୍ରତିକ୍ଷିତ ସମ୍ବଲପୁର ଲୋକ ମହୋତ୍ସବ ପାଇଁ ଆସନ୍ତା ୨୮ ରେ ଚିତ୍ରକଳା କର୍ମଶାଳା ଆୟୋଜିତ ହେବ । ଏହି କର୍ମଶାଳା ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ସ୍ଥିତ ଇଣ୍ଡୋର ହଲ ଠାରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ କରାଯିବାକୁ ସ୍ଥିର କରାଯାଇଛି। ଏଥିରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହେବାକୁ ଅନୁରୋଧ କରାଯାଇଛି । ଏଥିପାଇଁ ମୋଟ ୪ଟି ଗ୍ରୁପ କରାଯାଇଛି । ଗ୍ରୁପ - ଏରେ ୧ମରୁ ୩ୟ ଶ୍ରେଣୀ, ଗ୍ରୁପ- ବିରେ ୪ରୁ ୬ଷ୍ଠ ଶ୍ରେଣୀ, ଗ୍ରୁପ-ସିରେ ୭ମରୁ ୧୦ମ ଶ୍ରେଣୀ ଏବଂ ଗ୍ରୁପ- ଡିରେ ଯୁକ୍ତ୨ରୁ ତଦୁର୍ଦ୍ଦ ଛାତ୍ରଛାତ୍ରୀ ମାନେ ଯୋଗ ଦେଇପାରିବେ । କେବଳ ଗ୍ରୁପ-ଏ ଛାତ୍ରଛାତ୍ରୀମାନେ ନିଜ ଇଚ୍ଛା ମୁତାବକର ଚିତ୍ର ଅଙ୍କନ କରିପାରିବେ । ବଳକା ଗ୍ରୁପର ଛାତ୍ରଛାତ୍ରୀମାନେ ଆମ ସଂସ୍କୃତି ସମ୍ପର୍କିତ ଚିତ୍ର ଅଙ୍କନ କରିବେ । ପ୍ରତି ଗ୍ରୁପର ଭଲ ୫୦ଟି ଚିତ୍ରକୁ ମହୋତ୍ସବର ପ୍ରଦର୍ଶନୀ ମେଳାରେ ସ୍ଥାନିତ କରାଯିବ । ଭାଗ ନେବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ପ୍ରଦର୍ଶନୀ ଉପକମିଟିର ଆବାହକ କୁଲଦୀପ ବର୍ମା, ସହ ଆବାହକ ରୁଚିସ ଦେ ଓ ଶ୍ରୀମନ୍ତ ସାହୁ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande