ବି.ଟି.ପୁର ପଂଚାୟତ ରାସ୍ତାରୁ ହଟିଲା ରାସନ ଓ ଚିକେନ ସେଂଟର
ଭଦ୍ରକ, ୨୪ ଡିସେମ୍ବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ବି.ଟି.ପୁର ପଂଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧକ ସାଜିଥିଲା ଜବରଦଖଲ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଏକାଧିକବାର ତାରିଖ ଧାର୍ଯ୍ୟ ପରେ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରହୁଥିଲା । ଫଳରେ ପଂଚାୟତ ବାସୀଙ୍କ ମଧ୍ୟ
B T PUR JABARA DAKHALA UCHHEDA


ଭଦ୍ରକ, ୨୪ ଡିସେମ୍ବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ବି.ଟି.ପୁର ପଂଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧକ ସାଜିଥିଲା ଜବରଦଖଲ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଏକାଧିକବାର ତାରିଖ ଧାର୍ଯ୍ୟ ପରେ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରହୁଥିଲା । ଫଳରେ ପଂଚାୟତ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବନ୍ତ ଅତିରିକ୍ତ ତହସିଲଦାର ପ୍ରଶନ୍ନ କୁମାର ମହାନ୍ତିଙ୍କ ଉପସ୍ଥିତରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିବା ବେଳେ ସୁପରଭାଇଜର ବ୍ରଜକିଶୋର ଦାସ, ଅମିନ ସୁଜିତ୍ ସିଂହ, ସଞ୍ଜୟ ଟୁଡୁ, ଜାକିର ହୋସେନ୍ ସହଯୋଗ କରିଥିଲେ । ଏହି ରାସ୍ତାରେ କ୍ୟାବିନ୍ ପକାଇ ରାସନ ଓ ଚିକେନ୍ ସେଂଟର କରିଥିବା ଦୋକାନକୁ ଜେସିବି ମେସିନ୍ ସାହାଯ୍ୟରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା । ପ୍ରଶାସନର ସହଯୋଗ ପାଇଁ ବି.ଟି ପୁର ସରପଚଂ ସୁଭଦ୍ରା ସିଂହ କୃତଜ୍ଞତା ଜଣାଇଥିବା ବେଳେ ଆଗକୁ ବଜାର ଅଂଚଳରେ ଜବର ଦଖଲରେ ଥିବା ସରକାରୀ ସ୍ଥାନକୁ ମୁକ୍ତ କରାଯିବ ବୋଲି ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ କହିଛନ୍ତି । ଆଜିର ଉଚ୍ଛେଦ କାର୍ଯ୍ୟରେ ବନ୍ତ ଥାନାଧିକାରୀ ମୋନାଲିସା କରଙ୍କ ସମେତ ୧ ପ୍ଲାର୍ଟୁନ ପୋଲିସ୍ ଫୋର୍ସ ମୃତୟନ ଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande