
ବଲାଙ୍ଗିର, 24 ଡିସେମ୍ବର
ଆଜି ଜାତୀୟ ଖାଉଟି ଦିବସ 2025 ଉପଲକ୍ଷେ ବୈଧ ମାପ ବିଜ୍ଞାନ ବିଭାଗର ସହଯୋଗରେ ଅଖିଳ ଭାରତୀୟ ଗ୍ରାହାକ ପଞ୍ଚାୟତ ବଲାଙ୍ଗିର ବିଭାଗ ସଭାପତି ଗୋପବନ୍ଧୁ ଶତପଥୀ ଙ୍କ ଅଧ୍ୟକ୍ଷତାରେ ସ୍ତାନୀୟ ପତିତପାବନ ଏକାଡେମୀ ସଭାଗୃହରେ ପାଳନ କରାଯାଇଛି. ମୁଖ୍ୟ ଅତିଥିଭାବେ ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷ ଶ୍ରୀମତୀ ଲିକା ସାହୁ ଯୋଗଦେଇ ବୈଦିକ ମନ୍ତ୍ର ସହିତ ପ୍ରଦୀପ ପ୍ରଜ୍ଜ୍ଵଳନ ପୂଜା କାର୍ଯ୍ୟ ଅନୁଷ୍ଠାନ କରିଥିଲେ. ମୁଖ୍ୟ ବକ୍ତା ରୂପେ ଅଧିବକ୍ତା ଜୟକୃଷ୍ଣ ସାହୁ କହିଲେ ଖାଉଟି ମାନେ ସେମାନଙ୍କ ବିବାଦ ସମାଧାନ ପାଇଁ ଆଜିକାଲି ସୁବିଧାରେ ଡିଜିଟାଲ ମାଧମରେ କୋଣସି ସ୍ଥାନରେ ରହି ଅଭିଯୋଗ ଦାଖଲ କରି ପାରିବେ ବିନା କୌଣଷି ଓକିଲ ସହାୟତା ରେ ସମାଧାନ ମଧ୍ଯ ଶୀଘ୍ର ଫଳପ୍ରଦ ହୋଇପାରୁଛି. ଡିଜିଟାଲ୍ ନ୍ୟାୟ ମାଧ୍ୟମରେ ଦକ୍ଷ ଏବଂ ଦ୍ରୁତ ନିଷ୍କାସନ ( efficient and speedy disposal through digital justice) ଚଳିତ ବର୍ଷର ବିଷୟବସ୍ତୁ ଉପରେ ବକ୍ତା ମାନେ କହିଲେ ଗ୍ରାହକ ସଚେତନତା ନିତାନ୍ତ ଜରୁରୀ କେବଳ ଆଇନ ଯେତେ କଠିନ ହେଲେ ମଧ୍ୟ ଅଧିକାରୀ ତଥା ବିଭାଗୀୟ କାର୍ଯ୍ୟନୁଷ୍ଠାନ ହେଲେ ମଧ୍ୟ ନିଜେ ସଚେତନ ନହେଲେ ଠକାମି ରେ ପଡିବେ. ଗ୍ରାହକ ସଚେତନତା ଦିଗରେ ଗ୍ରାହକ ପଞ୍ଚାୟତ ଯେଉଭଳି ସଚେତନତା ଦିଗରେ ଉଦ୍ୟମରତ ସେଭଳି ଗ୍ରାମାଞ୍ଚଳ ରୁ ଆରମ୍ଭ କରି ସାଧାରଣ ଜନତା ଓ ଛାତ୍ରଛାତ୍ରୀମାନଙ୍କୁ ଆଜିକାଲି ର ଡିଜିଟାଲ ଯୁଗରେ ସଚେତନତା ଜରୁରୀ ହୋଇପଡ଼ିଛି. ଜିଲ୍ଲା ଯୋଗାଣ ବିଭାଗ ନିରୀକ୍ଷକ ଜ୍ୟୋତି ପ୍ରକାଶ ଦାଶ, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର
, ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରେମଚାନ୍ଦ ମହାନ୍ତି ପ୍ରମୁଖ ବିଷୟବସ୍ତୁ ଉପରେ ମତ ରଖିଥିଲେ. ସହାୟକ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ସଗରିକା ସାବତ ଖାଉଟି ମାନଙ୍କୁ ବିଭିନ୍ନ ମାପ ଉପକରଣ ପ୍ରଦର୍ଶନ କରିବା ସହିତ ବିଭିନ୍ନ ସମାଗ୍ରୀ ର ମାନ ଓ ପରିଚୟ ବୈଧାନିକ ସତର୍କତା ଉପରେ ଖାଉଟି ମାନେ ସତର୍କତା ଉପରେ ସୂଚେଇଥିଲେ. ରସରାଜ ଅଚ୍ୟୁତ ପୁରୋହିତ ବକ୍ତବ୍ୟ ଦେବା ସହିତ କବିତା ମାଧ୍ୟମରେ ସମସ୍ତଙ୍କୁ ହସେଇଥିଲେ .ଗ୍ରାହକ ପଞ୍ଚାୟତ ପ୍ରାନ୍ତ ସଭାପତି ଇଞ୍ଜିନିୟର କିଶୋର ମୋହନ ମିଶ୍ର ଗ୍ରାହକ ପଞ୍ଚାୟତ ର ପରିଚୟ ପ୍ରଦାନ କରିବା ସହିତ ଗ୍ରାହକ ପଞ୍ଚାୟତ ର ଯୋଗୁଁ ଖାଉଟି ମାନେ 1986 ଡିସେମ୍ବର 24 ରେ ପାର୍ଲିଆମେଣ୍ଟ ର ବିଲ ବଳରେ କେନ୍ଦ୍ର ସରକାର ଆଣିଥିବା ଆଇନ ବଳରେ ଆଜି ଖାଉଟି ବିଭିନ୍ନ ଆଇନଗତ ସୁବିଧା ପାଉଚି. ସଭାପତି ଶ୍ରୀ ସତପଥୀ ତାଙ୍କର ବକ୍ତବ୍ୟ ରେ ପଞ୍ଚାୟତ ନିରନ୍ତର ଭାବରେ କରୁଥିବା ସଚତେନତା କାର୍ଯ୍ୟ କରିଆସୁଛି. ସବୁ ଜିଲ୍ଲାରେ ଏକ ଗ୍ରାହକ ପରାମର୍ଶ କେନ୍ଦ୍ର ଖୋଲିବା ଦିଗରେ କେନ୍ଦ୍ର ସଂଗଠନ ନିର୍ଦ୍ଦେଶ ଦେଇଛନ୍ତି ଏହି ଦିଗରେ ଉଦ୍ୟମ ଜାରି ରହିଚି. ପୂର୍ବରୁ ସମ୍ପାଦକ ଅଶୋକ କୁମାର ମିଶ୍ର ସ୍ଵାଗତ ଅତିଥି ପରିଚୟ ପ୍ରଦାନ ସହିତ ସଭା କାର୍ଯ୍ୟ ସଂଯୋଜନା କରିଥିଲେ. ଜିଲ୍ଳା ସଭାପତି ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗହୋଇଥିଲା
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ