ଖଡ଼ିଆଳ ପବ୍ଲିକ ସ୍କୁଲର ୩୪ତମ ବାର୍ଷିକ ଉତ୍ସବ
ନୂଆପଡ଼ା, ୨୩ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ପବ୍ଲିକ ସ୍କୁଲର ୩୪ ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପବ୍ଲିକ ସ୍କୁଲର ପରିଚାଲନା କମିଟିର ସଭାପତି ବିନୋଦ ଅଗ୍ରୱାଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସମ୍ମା
Annual function


ନୂଆପଡ଼ା, ୨୩ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ପବ୍ଲିକ ସ୍କୁଲର ୩୪ ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପବ୍ଲିକ ସ୍କୁଲର ପରିଚାଲନା କମିଟିର ସଭାପତି ବିନୋଦ ଅଗ୍ରୱାଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ଏନଏସି ଅଧକ୍ଷ ଉଜ୍ଜଳ ଗୁପ୍ତା, ମୁଖ୍ୟବକ୍ତା ଭାବେ ଚାର୍ଟାଟ ଆକାଉଣ୍ଟଟେଣ୍ଟ ରୋହିତ ଅଗ୍ରୱାଲ, ବରିଷ୍ଠ ଆଇନଜୀବୀ ତଥା ପରିଚାଳନା କମିଟିର ସମ୍ପାଦକ ଚିତ୍ତରଞ୍ଜନ ସିଂ ଦେଓ ଯୋଗଦାନ କରି ୩୪ ବର୍ଷରେ ଖଡ଼ିଆଳ ପବ୍ଲିକ ସ୍କୁଲ ଇଂରାଜୀ ଶିକ୍ଷାର ବିକାଶ ଦିଗରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହୋଇଥିବା ସହ ଶିକ୍ଷାର ଗୁଣାତ୍ମକ ଉପରେ ବିସ୍ତୃତ ଭାବେ ଅତିଥି ମାନେ ଆଲୋଚନା କରିଥିଲେ। ସଭାରେ ସ୍କୁଲର ଅଧକ୍ଷ ଏଲ ଶ୍ରୀନିବାସ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମଞ୍ଚ ପରିଚାଳନା, ଅତିଥି ପରିଚୟ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ପୁରାତନ ଛାତ୍ର ଡ. ଦେବାଶିଷ ଠାକୁର, ଡ. ଅନୁଗ୍ରହ ଜାଲ ଓ ଡ. ପ୍ରଜ୍ଞାଜିତ ନାଏକଙ୍କୁ ମାନ ପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଖଡିଆଳ ପବ୍ଲିକ ସ୍କୁଲ ୩୪ ବର୍ଷରେ ପଦାର୍ପଣ କରିଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ୩୪ ଗୋଟି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ନନଟିଚିଙ୍ଗ କର୍ମଚାରୀ ମାନଙ୍କୁ ସମ୍ବର୍ଧନା କରାଯାଇଥିଲା।

କାର୍ଯ୍ୟକ୍ରମରେ ପରିଚାଳନା କମିଟିର କୋଷାଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବି ମନୋରଞ୍ଜନ ରାଉତ, ବରିଷ୍ଠ ସଦସ୍ୟ କୈଳାଶ ଅଗ୍ରୱାଲ, ଅର୍ଜୁନ ପଣ୍ଡା, ପ୍ରବୀଣ ପଟ୍ଟନାୟକ, ପ୍ରଣତି ପଣ୍ଡା, ଡ. ତରୁଣ କୁମାର ପ୍ରଧାନ, ଦୁର୍ବା ଖମାରୀ, ଭାଇସ ପ୍ରିଂଶିପାଲ ଦିପ୍ତିମୟୀ ଖମାରୀ, ସୁଜାତା ତ୍ରିପାଠୀ, ପ୍ରଜ୍ଞା ରାୟ, ଲଳିତ କୁମାର ବାରିକ, ସଶାଙ୍କ ଶେଖର ପଣ୍ଡା, ଅଭିଷେକ ପଟ୍ଟନାୟକ,ସଚିନ ସାହୁ, ଖିରସୁନ୍ଧୁ ଥାପା, ସେଲିନା ନାଏକ, ପ୍ରତୀକ୍ଷା ପୁରୋହିତ, ଜ୍ୟୋସ୍ନା ପ୍ରଧାନ, ପ୍ରଣତି ବାରିକ, ସନ୍ତୋଷ ଡାଙ୍ଗୁଆ, ଅଭିଷେକ ଶୁକ୍ଳା, ନନ୍ ଟିଚିଂରେ ସୌମ୍ୟ ରଞ୍ଜନ ହଂସ, ହେମନ୍ତ କୁମାର କଟା, ଚୈତନ୍ୟ ଶବର, ଭାସ୍କର ଗହିର, ମଞ୍ଜୁଲତା ଠେଲା ସମେତ ବିଦ୍ୟାଳୟର ୪୦ ରୁ ଉର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande