
କେନ୍ଦ୍ରାପଡା- 23 ଡିସେମ୍ବର (ହି.ସ.): ଆଜି ଇଚ୍ଛପୁର ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି ଜ୍ଝ ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ ସଭାପତିତ୍ବ କରିଥିଲେ ଜ୍ଝ ମୁଖ୍ୟଅତିଥି ଭାବେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ,ମୁଖ୍ୟ ବକ୍ତା ଡ଼ ଶିବାଶିଷ ଗିରି,ସହ ନିର୍ଦ୍ଧେଶିକା ଡିପିଏମୟୁ ଆରତୀ ନାୟକ,କେନ୍ଦ୍ରାପଡ଼ା ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ,ମହାକାଳପଡ଼ା ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ,ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ଦାସ ପ୍ରମୁଖ ଉପସ୍ଥିତ ଥିଲେ ଜ୍ଝ ବିଜ୍ଞାନ ଶିକ୍ଷକ ନିରଞ୍ଜନ ବେହେରା ଓ ଶିକ୍ଷୟତ୍ରୀ ଏଲିନା ସାହୁ ସଭା ସଂଯୋଜନା କରିଥିଲେ ଜ୍ଝ ବିଜ୍ଞାନ ଶିକ୍ଷକ ଆଦିକନ୍ଦ ସାହୁ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ମହାକାଳପଡ଼ା ନୋଡାଲ ପ୍ରଧାନ ଶିକ୍ଷକ ରଘୁନାଥ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ଜ୍ଝ ପ୍ରଧାନ ଶିକ୍ଷକ ମନୋଜ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ଜ୍ଝ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ ଚନ୍ଦ୍ର ପରିଡାଙ୍କ ତତ୍ଵାବଧାନରେ ଜିଲ୍ଲାରୁ ମୋଟ ୧୩୦ ଟି ପ୍ରକଳ୍ପ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା ଜ୍ଝ
ହିନ୍ଦୁସ୍ଥାନ ସମାଚାର / ରବି