ବାଇକରୁ ପେଟ୍ରୋଲ ଚୋରି ଅଭିଯୋଗ
ଗଞାମ, ୨୩ ଡିସେମ୍ବର (ହି.ସ.)- ନିମଖଣ୍ଡି ଥାନା ଵ୍ରଜନଗର ୩ୟ ଲାଇନ ଅଞ୍ଚଳରୁ କିଛି ଦିନ ହେଲା ବାଇକରୁ ପେଟ୍ରୋଲ ଚୋରି ହେଉଥିବା ଅଭିଯୋଗ ହେଉଛି । ଗତକାଲି ଵିଳମ୍ବିତ ରାତିରେ ଘର ସମ୍ମୁଖରେ କିଶାନ ମହାନ୍ତି ଓ ସରୋଜ କିରାଣୀ ଦୋକାନୀଙ୍କ ଦୁଇଟି ବାଇକ ରଖିଥିଲେ । ଏହି ଦୁଇଟି ବାଇକର ପେଟ୍ରୋଲ ପାଇପ କା
ବାଇକରୁ ପେଟ୍ରୋଲ ଚୋରି ଅଭିଯୋଗ


ଗଞାମ, ୨୩ ଡିସେମ୍ବର (ହି.ସ.)- ନିମଖଣ୍ଡି ଥାନା ଵ୍ରଜନଗର ୩ୟ ଲାଇନ ଅଞ୍ଚଳରୁ କିଛି ଦିନ ହେଲା ବାଇକରୁ ପେଟ୍ରୋଲ ଚୋରି ହେଉଥିବା ଅଭିଯୋଗ ହେଉଛି । ଗତକାଲି ଵିଳମ୍ବିତ ରାତିରେ ଘର ସମ୍ମୁଖରେ କିଶାନ ମହାନ୍ତି ଓ ସରୋଜ କିରାଣୀ ଦୋକାନୀଙ୍କ ଦୁଇଟି ବାଇକ ରଖିଥିଲେ । ଏହି ଦୁଇଟି ବାଇକର ପେଟ୍ରୋଲ ପାଇପ କାଟି ଚୋର ମାନେ ପେଟ୍ରୋଲ ଚୋରି କରିନେଇଛନ୍ତି। ନିମଖଣ୍ଡି ଥାନା‌ ପୁଲିସ ପକ୍ଷରୁ ଏ ଅଞ୍ଚଳରେ ରାତ୍ରି ପହରା କଡାକଡି କରିବା ପାଇଁ ଜନସାଧାରଣରେ ଦାଵି ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande