୭୨ଘଂଟା ସୁଦ୍ଧା ଧାନ ନ ଉଠିଲେ ସିଏସଓ ଅଫିସ ଘେରାଉ କରିବ ବିଜେଡି
ଜୟପୁର, ୨୩ ଡିସେମ୍ବର (ହି.ସ.) - ସରକାର ଓ ପ୍ରଶାସନର ଅବହେଳା ଯୋଗୁଁ ଉତ୍ପାଦନ କରିଥିବା ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଖରିଫ ଧାନ ମଣ୍ଡି ଖୋଲିଥିଲେ ବି କିଣାଯାଉନି। ଯଦି ପ୍ରଶାସନ ଆସନ୍ତା ୨୫ ତାରିଖ ଅର୍ଥାତ ୭୨ ଘଂଟା ମଧ୍ୟରେ ଧାନ ନଉଠାଇଲେ ଆସନ୍ତା ୨୬ ତାରିଖର
୭୨ଘଣ୍ଟା ସୁଦ୍ଧା ଧାନ ନ ଉଠିଲେ ସିଏସଓ ଅଫିସ ଘେରାଉ କରିବ ବିଜେଡି


ଜୟପୁର, ୨୩ ଡିସେମ୍ବର (ହି.ସ.) - ସରକାର ଓ ପ୍ରଶାସନର ଅବହେଳା ଯୋଗୁଁ ଉତ୍ପାଦନ କରିଥିବା ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଖରିଫ ଧାନ ମଣ୍ଡି ଖୋଲିଥିଲେ ବି କିଣାଯାଉନି। ଯଦି ପ୍ରଶାସନ ଆସନ୍ତା ୨୫ ତାରିଖ ଅର୍ଥାତ ୭୨ ଘଂଟା ମଧ୍ୟରେ ଧାନ ନଉଠାଇଲେ ଆସନ୍ତା ୨୬ ତାରିଖରେ ବିଜେଡି ଦଳ ପକ୍ଷରୁ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ସହ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ରାଜ୍ୟ ଉପସଭାପତି ରବିନାରାୟଣ ନନ୍ଦ ପ୍ରକାଶ କରିଛନ୍ତି। ଗତ ୧୧ ତାରିଖରୁ ବୋରିଗୁମ୍ମା ଠାରେ ଧାନ ମଣ୍ଡି ଉଦଘାଟନ ହେଲାଣି ଅଥଚ ଧାନକିଣା ଆରମ୍ଭ ହୋଇନି। କୌଣସି ଚାଷୀଙ୍କ ଠାରୁ କେଜିଏ ଭି ଧାନ କିଣା ଯାଇନାହିଁ। ଏହାକୁ ନେଇ କିଛିଦିନ ତଳେ ଅସନ୍ତୁଷ୍ଟ ଚାଷୀ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ମାନସ ମହାପାତ୍ରଙ୍କୁ ଘେରିଥିଲେ। ଖୁବଶୀଘ୍ର ମିଲର ଓ ଲ୍ୟାମ୍ପସ ସହ ଚୁକ୍ତି କରି ଧାନ କିଣାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତିଶୃତି ଦେଇଥିଲେ। ଶ୍ରୀ ନନ୍ଦ କହିଛନ୍ତି ସେ କୋରାପୁଟ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚାଷୀଙ୍କ ଧାନ ଉଠାଇବାକୁ ଅନୁରୋଧ କରିଥିଲେ। ମିଲର ମାନଙ୍କ ମାନଙ୍କ ମନମାନି ଯୋଗୁଁ କଟନୀଛଟନୀରେ ଯେଉଁ ୫କେଜି ଧାନ ଚାଷୀଙ୍କ କଟାଯାଉଛି ତାହା ମଧ୍ୟ ବନ୍ଦ କରିବାକୁ କହିଥିଲେ। ଯଦି ମିଲ ମାଲିକ ମାନେ ଚାଷୀଙ୍କ ଧାନ ଏଫଏକ୍ୟୁ ମାନର ନାହିଁ କହି କଟନୀ ଛଟନୀ କରୁଛନ୍ତି ତେବେ ମିଲର ମାନେ ଯେତେବେଳେ ସରକାରଙ୍କୁ ଧାନ ଦେଉଛନ୍ତି ତାହା କିପରି ଉନ୍ନତ ମାନର ଧାନ ହୋଇଯାଉଛି ବୋଲି ପ୍ରଶ୍ନ କରିଥିଲେ। ତେଣୁ ମିଲରଙ୍କ ମନମୁଖୀ ଶାସନ ବନ୍ଦ କରି ଖୁବଶିଘ୍ର ଧାନ ଉଠାଇବାକୁ ଦାବି କରିଥିଲେ। ଆସନ୍ତା ୨୬ ତାରିଖରେ ସିଏସଓ ଅଫିସ ଘେରାଉ କରାଯିବା ପରେ ଯଦି କିଛି ସୁଫଳ ନମିଳେ ତେବେ ବିଜେଡି ଏବପ୍ସ ଚାଷୀ ଭାଇ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ବାଲାରାୟ, ବାଲଙ୍କି ରାଓ, ପୂର୍ବତନ କାଉନସିଲର ଆରକୁଲୁ ଶ୍ରୀନୁ, ଟୁନା ରଥ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande