
ଭୁବନେଶ୍ୱର, 23 ଡିସେମ୍ବର (ହି.ସ.) ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ସାହିତ୍ୟିକ ଓ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ବିନୋଦ କୁମାର ଶୁକ୍ଲଙ୍କ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିନୋଦ କୁମାର ଶୁକ୍ଲଙ୍କ ପରଲୋକ ହିନ୍ଦୀ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ ନିଜ ସୋସିଆଲ ମିଡିଆ ବାର୍ତାରେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହିନ୍ଦୀ ସାହିତ୍ୟକୁ ତାଙ୍କର ଅମୂଲ୍ୟ ଅବଦାନ ସଦା ସ୍ମରଣୀୟ ରହିବ ଏବଂ ତାଙ୍କ ରଚନାମାନେ ଆସନ୍ତା ପିଢ଼ିଙ୍କୁ ପ୍ରେରଣା ଯୋଗାଉ ଯିବ। ସେ ଦିବଙ୍ଗତ ସାହିତ୍ୟିକଙ୍କ ପରିବାରବର୍ଗ ଓ ଅସଂଖ୍ୟ ପାଠକଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ