ଯୁବୋତ୍ସବ ପାଇଁ କ୍ରୀଡା ଦଳକୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ
ନୂଆପଡା, ୨୩ ଡ଼ିସେମ୍ବର (ହି.ସ.)- ନୁଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ୍ ସିଂ ଯୁବୋତ୍ସବ ପାଇଁ ମନୋନୀତ କ୍ରୀଡା ଦଳକୁ ଆଜି ଶୁଭେଚ୍ଛା ଜଣାଇଛନ୍ତି l ଆଜି ଅପରାହ୍ନ ୫ଟା ସମୟରେ ନୂଆପଡ଼ା ଜିଲ୍ଲା ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ ଆନୁକୂଲ୍ୟରେ ଏକ ୩୩ ଜଣିଆ
Juboschava


ନୂଆପଡା, ୨୩ ଡ଼ିସେମ୍ବର (ହି.ସ.)- ନୁଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ୍ ସିଂ ଯୁବୋତ୍ସବ ପାଇଁ ମନୋନୀତ କ୍ରୀଡା ଦଳକୁ ଆଜି ଶୁଭେଚ୍ଛା ଜଣାଇଛନ୍ତି l ଆଜି ଅପରାହ୍ନ ୫ଟା ସମୟରେ ନୂଆପଡ଼ା ଜିଲ୍ଲା ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ ଆନୁକୂଲ୍ୟରେ ଏକ ୩୩ ଜଣିଆ ଯୁବୋତ୍ସବ ଦଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ସମସ୍ତ ଯୁବକ ଓ ଯୁବତୀ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ନୂଆପଡ଼ା, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ୍ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ଧନେଶ୍ୱର ସେଠୀ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କୁ ଉତ୍ସାହ ପ୍ରଦାନ କରି ଭଲ ଭାବରେ ଆମ ଜିଲ୍ଲାର କଳା ସଂସ୍କୃତିକୁ ପରିବେଷଣ କରିବା ପାଇଁ ଆହ୍ବାନ କରିଛନ୍ତି। ଉକ୍ତ ଜିଲ୍ଲା ସ୍ତରୀୟ ଦଳରେ ଲୋକଗୀତ, ଲୋକସଙ୍ଗୀତ, ବକ୍ତୃତା, ଚିତ୍ରକଳା, କବିତା ଲିଖନ, ଗଳ୍ପଲିଖନ, ବିଜ୍ଞାନ ମେଳା ଆଦି ପ୍ରତିଯୋଗୀ ସାମିଲ ଅଛନ୍ତି । ନୂଆପଡ଼ା ଜିଲ୍ଲା ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ- ଯୁବୋତ୍ସବ - ୨୦୨୬ ରେ ପ୍ରଥମ ସ୍ଥାନ ଅଧିକୃତ କରିଥିବା ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରୀୟ ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ - ଯୁବୋତ୍ସବରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହୋଇ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ଯାତ୍ରା କରିଛନ୍ତି । ଏହା ରାଜ୍ୟ ସ୍ତରରେ ତା ୨୪.୧୨.୨୦୨୫ ଠାରୁ ୨୫.୧୨.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଆଜିର ଉକ୍ତ ଶୁଭେଚ୍ଛା ପ୍ରଦାନ ଉତ୍ସବକୁ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ପରିଚାଳନା କରିଥିଲେ ଏବଂ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande